ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୭ ରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ ୱିକ। ଆଜି ରୋଜ ଡେ।

ପ୍ରେମୀ ଯୁଗଳଙ୍କ ପାଇଁ ଫେବ୍ରୁଆରି ମାସ ଖାସ ହୋଇଥାଏ। ଫେବ୍ରୁଆରି ୧୪ ଭାଲେଣ୍ଟାଇନ୍ସ ଡେ ହୋଇଥିବାରୁ ସମ୍ପୂର୍ଣ୍ଣ ମାସକୁ ପ୍ରେମ ମାସ ରୂପେ ପାଳନ କରିଥାନ୍ତି ପ୍ରେମୀ ଯୁଗଳ। ଏବେ କେବଳ ଭାଲେଣ୍ଟାଇନ ଡେ ନୁହେଁ ଫେବ୍ରୁଆରି ୧୪ ପୂର୍ବରୁ ଭାଲେଣ୍ଟାଇନ ସପ୍ତାହ ପାଳନ କରାଯାଉଛି।

ଏହି ସପ୍ତାହ ଫେବ୍ରୁଆରି ୭ରୁ ଆରମ୍ଭ ହୋଇଯାଏ। ଏହି ସପ୍ତାହର ପ୍ରଥମ ଦିନ ୭ ତାରିଖ, ରୋଜ୍‌ ଡେ ଭାବେ ପାଳନ କରିଥାନ୍ତି। ପରସ୍ପରଙ୍କୁ ଗୋଲାପ ଦେବାକୁ ପ୍ରେମୀଙ୍କ ପାଇଁ ଏହା ଉପଯୁକ୍ତ ଦିନ ହୋଇଥାଏ। ପ୍ରେମୀଙ୍କ ମତରେ ଫୁଲ ଜରିଆରେ ସାଥୀଙ୍କୁ ନିଜର ଭାବନା ଜଣାଇବାର ସୁଯୋଗ ରୋଜ୍‌ ଡେ ଦେଇଥାଏ।

କାହିଁକି ପାଳନ କରାଯାଏ ରୋଜ ଡେ?

ସାଥୀଙ୍କୁ କୋମଳ ଗୋଲାପ ଫୁଲ ସହିତ ତୁଳନା କରିବା ପୂର୍ବକ ଏହି ଦିନଟିକୁ ରୋଜ ଡ଼େ ଭାବେ ପାଳନ କରିଥା’ନ୍ତି। କେବଳ ଗୋଲାପ ସହ ତୁଳନା କରନ୍ତି ନାହିଁ ବରଂ ଗୋଲାପ ଫୁଲଟି ପରି ସାଥୀଙ୍କ ଜୀବନ ସୁବାସିତ ହେଉ ବୋଲି ସେ କାମନା କରିଥା’ନ୍ତି।

 

Comment