ଓଡ଼ିଶାଲାଇଭ୍ବ୍ୟୁରୋ

ଫେବ୍ରୁଆରି ୭ରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ପ୍ରଥମ ଦିନରେ ଗୋଲାପ ଫୁଲ ଦିଆନିଆ ଆଉ ତା’ ପରଦିନ ସାଥୀକୁ କହିଲେ ମନକଥା। ଆଜି ହେଉଛି ଚକୋଲେଟ ଡେ’। ଆଜିର ଦିନରେ ନିଜ ସାଥୀକୁ ଚକୋଲେଟ ଦେଇ ନିଜ ସମ୍ପର୍କରେ ଭିରି ଦିଅନ୍ତୁ ମଧୁରତା।

ଫେବ୍ରୁଆରି ୧୪ରେ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମର ଦିନ। ନୂଆ ନୂଆ ପ୍ରେମରେ ପଡ଼ନ୍ତୁ କିମ୍ବା ସମ୍ପର୍କ ପୁରୁଣା ହୋଇଯାଉ, ପ୍ରେମୀ ଯୁଗଳ ଏହି ଦିନଟିକୁ ଚାତକ ପରି ଚାହିଁ ରହିଥାନ୍ତି। ପ୍ରେମ ସପ୍ତାହର ଗୋଟିଏ ଗୋଟିଏ ଦିନ ପ୍ରେମୀ ଯୁଗଳଙ୍କ ଲାଗି ହୋଇଥାଏ ଖାସ। ଗୋଲାପ ଫୁଲ ଦିଆନିଆରୁ ଆରମ୍ଭ ପ୍ରେମର ସପ୍ତାହ। ଅନ୍ୟମାନଙ୍କ ପାଇଁ ଏହି ସପ୍ତାହ ସାଧାରଣ ହୋଇଥିବାବେଳେ ପ୍ରେମୀଯୁଗଳଙ୍କ ପାଇଁ ଏହା ହୁଏ ଉତ୍ସବର ଦିନ।

ରୋଜ୍‌ ଡେ’ ଏବଂ ପ୍ରପୋଜ ଡେ’ ପାଳନ ପରେ ଆଜି ଚକୋଲେଡ ଡେ’ ପାଳନ କରୁଛନ୍ତି ପ୍ରେମୀଯୁଗଳ। ଚକୋଲେଟ ପାଇଁ ଦୋକାନ ବଜାରରେ ମଧ୍ୟ ଭାରି ଭିଡ଼। ଭିନ୍ନ ଷ୍ଟାଇଲ, ଭିନ୍ନ ସ୍ୱାଦର ଚକୋଲେଟ କିଣି ସାଥୀଙ୍କୁ ଖୁସି କରିବାକୁ ଲାଗିପଡ଼ିଛନ୍ତି ପ୍ରେମୀ। ବିଭିନ୍ନ ଦୋକାନରେ ଏହି ଋତୁର ଚାହିଦାକୁ ଦେଖି ଚକୋଲେଟର ସୁନ୍ଦର ସୁନ୍ଦର ବୁକେ ବିକ୍ରି କରୁଛନ୍ତି।

ସାଥୀଙ୍କୁ ମନ କଥା କହିବା ପରେ ଚକୋଲେଟ୍‌ ଡେ’ରେ ଚକୋଲେଟ ଦେଇ ସାଥୀଙ୍କୁ ଖୁସି କରିଥାନ୍ତି ପ୍ରେମିକ ବା ପ୍ରେମିକା। କାହିଁକି ନା ସାଥୀକୁ ମନେଇବା ପାଇଁ ହେଉ ବା ଖୁସି କରିବା ପାଇଁ ହେଉଁ ସମସ୍ତେ  ନିଜ ନିଜ ଚକୋଲେଟ ହିଁ ଦେଇଥାନ୍ତି। କାରଣ ପ୍ରେମୀଙ୍କ ମତରେ ଚକୋଲେଟ ହିଁ ସମ୍ପର୍କରେ ଆଣେ ମଧୁରତା।

Tags: #ValentinesDay #ChocolateDay #LoveBirds #ValentinesWeek

Comment