ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରେମ ଏକ ସୁନ୍ଦର ଏବଂ ଶାଶ୍ୱତ ଅନୁଭବ। ଏଥିପାଇଁ କୌଣସି ଖାସ ଦିନର ଆବଶ୍ୟକତା ନଥାଏ, ତଥାପି ଫେବ୍ରୁଆରି ମାସରେ ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ ଯୁଗଳଙ୍କ ପାଇଁ ହୋଇଥାଏ ଖାସ।

ଏହି ପ୍ରେମ ସପ୍ତାହଟି ସାଥୀକୁ ନିଜ ମନ କଥା କହିବା ପାଇଁ ଉପଯୁକ୍ତ ହୋଇଥାଏ। ଗୋଲାପ ଫୁଲ ଦିଆନିଆରୁ ଆରମ୍ଭ ହୁଏ ପ୍ରେମ ସପ୍ତାହ। ତା’ ପରେ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ଭରିବା ସହ ଟେଡ୍ଡି ଦେଇ ସାଥୀକୁ ଖୁସି କରିବାର ପ୍ରୟାସ। ତା’ ପରେ ଆସେ ଭାଲେଣ୍ଟାଇନ୍ସ ସପ୍ତାହର ପଞ୍ଚମ ଦିନ ଅର୍ଥାତ୍‌ ପ୍ରମିଜ୍‌ ଡେ’।

ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ କଥା ଦିଅନ୍ତି ନିଜ ସମ୍ପର୍କକୁ ଅତୁଟ ରଖିବା ଲାଗି। ଆଉ କେହି  କେହି କହି ଥା’ନ୍ତି ‘କଥା ଦିଅ କରିବନି ପର’। ଏମିତି ଅନେକ ପ୍ରତିଶ୍ରୁତିର ବର୍ଷା ହୁଏ ପ୍ରମିଜ ଡେ’ରେ। ଫେବ୍ରୁଆରି ୧୧ ତାରିଖକୁ ପ୍ରମିଜ୍‌ ଡେ’ରେ ସମ୍ପର୍କଙ୍କୁ ମଜବୁତ କରିବା ପାଇଁ ପରସ୍ପର ସହ କଥା ଦିଆନିଆ ହୋଇଥାନ୍ତି।

Tags: #ValentinesDay #PromiseDay #LoveBirds #ValentinesWeek #Gifts

Comment