ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହୋଇଛି ପ୍ରେମ ସପ୍ତାହ। ଏହି ସପ୍ତାହଟି ପ୍ରେମୀଯୁଗଳଙ୍କ ପାଇଁ ହୋଇଥାଏ ବହୁତ ଖାସ। ଫେବ୍ରୁଆରି ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’କୁ ପ୍ରେମୀ ଯୋଡ଼ି ଚାହିଁଥାନ୍ତି ଚାତକ ପରି। ଭାଲେଣ୍ଟାଇନ୍ସ ଡେ’କୁ ଆଉ ମାତ୍ର ୪ ଦିନ ରହିଲା।

ଏହା ପୂର୍ବରୁ ଆରମ୍ଭ ହୋଇଥିବା ଭାଲେଣ୍ଟାଇନ୍ସ ସପ୍ତାହର ଆଜି ହେଉଛି ଚତୁର୍ଥ ଦିନ। ଆଜିର ଦିନକୁ ପ୍ରେମୀଯୁଗଳ ଟେଡ୍ଡି ଡେ’ ଭାବେ ପାଳନ କରୁଛନ୍ତି। ସାଥୀକୁ ଟେଡ୍ଡି ଉପହାର ଦେଇ ପ୍ରେମର ଗାଡ଼ିକୁ ଆଗକୁ ବଢ଼ାଉଛନ୍ତି।

ପ୍ରେମ କେବେ ଆଖିରେ ହୁଏତ କେବେ ଇସାରାରେ ହୋଇଥାଏ। ତେବେ ନିଜ ପ୍ରେମକୁ ଶବ୍ଦରେ କହିପାରୁନଥିବା ଅନେକ ପ୍ରେମିକ/ ପ୍ରେମିକା ଆଜିର ଦିନକୁ ସୁଯୋଗ ଭାବେ ଉପଯୋଗ କରିଥାନ୍ତି। ନୂଆ ନୂଆ ପ୍ରେମ କରୁଥିବା ପ୍ରେମୀଯୁଗଳଙ୍କ ପାଇଁ ଏହା ଏକ ଖାସ୍‌ ଦିନ।

ଏହି ଟେଡ୍ଡି ଡେ’ରେ ପରସ୍ପରକୁ ଟେଡ୍ଡି ଉପହାର ଦେଇ ନିଜ ଭଲ ପାଇବାକୁ ଜାହିର କରିଥାନ୍ତି ପ୍ରେମୀଯୁଗଳ। ସାଧାରଣତଃ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କୁ ଟେଡ୍ଡି ଅଧିକ ପସନ୍ଦ। ତେଣୁ ଏହି ଦିନରେ ପ୍ରେମିକ ଟେଡ୍ଡୀ ଉପହାର ଦେଇ ପ୍ରେମିକାକୁ ଖୁସି କରିବାକୁ ଚେଷ୍ଟା କରିଥାନ୍ତି।

ଟେଡ୍ଡି ଏକ ଏମିତି ଉପହାର ଯାହା ଆପଣ ପ୍ରେମିକାଙ୍କୁ ଦେବା ସହିତ ଅନ୍ୟମାନଙ୍କୁ ବି ଦେଇ ପାରିବେ। ଖାସ୍‌ କରି ଛୋଟ ପିଲାଙ୍କୁ ଟେଡ୍ଡି ବହୁତ ପସନ୍ଦ ହୋଇଥାଏ।

ଟେଡ୍ଡି ଡେ’ରେ କେବଳ ଟେଡ୍ଡି ନୁହେଁ ଏହା ସହ ଅନ୍ୟ ଉପହାର ଦେଇ ମଧ୍ୟ ସାଥୀଙ୍କୁ ଖୁସି କରିପାରିବେ। ଯେମିତି କି ଟେଡ୍ଡି ଆକୃତିର ଚକୋଲେଟ, ଟେଡ୍ଡି ପ୍ରିଣ୍ଟ ଥିବା ପୋଷାକ ଏପରି ଟେଡ୍ଡିର ଜୋତା ମଧ୍ୟ ଉପହାର ଦେଇ ପାରିବେ।

Tags: #ValentinesDay #TeddyDay #LoveBirds #ValentinesWeek #Gifts

Comment