ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାଲେଣ୍ଟାଇନ୍ସ ଡେ’କୁ ଆଉ ମାତ୍ର ୨ ଦିନ ରହିଛି। ଭାଲେଣ୍ଟାଇନ୍ସ ସପ୍ତାହର ଷଷ୍ଠ ଦିନକୁ ହଗ୍‌ ଡେ’ ଭାବେ ପାଳନ କରାଯାଏ। ପ୍ରେମ ସପ୍ତାହରେ ହଗ୍‌ ଡେ’କୁ ସବୁଠୁ ଖାସ୍‌ ଦିନ ବୋଲି ମଧ୍ୟ କୁହାଯାଏ।

ଏହି ଦିନର ଷଷ୍ଠ ଦିନକୁ ଅର୍ଥାତ୍‌ ଫେବ୍ରୁଆରି ୧୨ ତାରିଖକୁ ହଗ୍‌ ଡେ ଭାବେ ପାଳନ କରାଯାଉଛି। ଭାଲେଣ୍ଟାଇନ୍ସ ଡେ’ ପାଳନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ଦିନଟି ବହୁତ୍‌ ଖାସ୍‌ ହୋଇଥାଏ। ଏହି ଦିନରେ ମନରୁ ସବୁ ରାଗ ଅଭିମାନ ଭୁଲି ପ୍ରେମିକ ପ୍ରେମିକା ପରସ୍ପରକୁ ଆଲିଙ୍ଗନ କରିଥାନ୍ତି।

କେବଳ ପ୍ରେମିକ କିମ୍ବା ପ୍ରେମିକା ନୁହନ୍ତି ଆପଣାର ଲୋକଙ୍କୁ ଆଲିଙ୍ଗନ କଲେ ମନକୁ ଶାନ୍ତି ମିଳିଥାଏ ବୋଲି ମଧ୍ୟ କୁହାଯାଏ। କୌଣସି ସମ୍ପର୍କରେ ଯଦି ମନାନ୍ତର ବା ମତାନ୍ତର ଘଟିଥାଏ ତେବେ ଏଭଳି ସ୍ଥିତିରେ ପରସ୍ପରକୁ ଆଲିଙ୍ଗନ କଲେ ପୁଣି ଥରେ ସମ୍ପର୍କରେ ଭଲ ପାଇବା ଆସିଥାଏ ଓ ଝଗଡ଼ାକୁ ମଧ୍ୟ ଶେଷ କରିଥାଏ ବୋଲି ବିଶ୍ୱାସ ରହିଛି।

ଆଲିଙ୍ଗନ କଲେ ଶରୀରକୁ ବି ଅନେକ ଲାଭ ମିଳିଥାଏ। ଏହାଦ୍ୱାରା ହୃଦ୍‌ ଜନିତ ରୋଗର ଆଶଙ୍କା କମ୍‌ ରହିଥାଏ। ଏଥିସହ ଆଲିଙ୍ଗନ ଭାବନାକୁ ସକରାତ୍ମକ କରିଥାଏ।

କାହାକୁ କେମିତି କରିବେ ହଗ୍‌?

ଯଦି ଆପଣ ଆପଣଙ୍କ ପତ୍ନୀ ବା ଗାର୍ଲଫ୍ରେଣ୍ଡଙ୍କୁ ହଗ୍ କରୁଛନ୍ତି। ତାହେଲେ କିଛି ମିନିଟ୍ ଯାଏଁ ହଗ୍‌ କରନ୍ତୁ।

ଯଦି କୌଣସି ଦୂର ସଂପର୍କୀୟଙ୍କୁ ଆପଣ ହଗ୍‌ କରୁଛନ୍ତି ତେବେ ତାଙ୍କ ଆପଣ ସାଇଡ୍‌ ହଗ୍‌ କରିପାରିବେ।

Comment