ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଲିଛି ଭାଲେଣ୍ଟାଇନ ସପ୍ତାହ। ଅନ୍ୟମାନଙ୍କ ପାଇଁ ହୁଏତ ଏହି ସପ୍ତାହ ଟି ସାଧାରଣ। ହେଲେ ପ୍ରେମୀଯୁଗଳଙ୍କ ପାଇଁ ଏହା ଖାସ୍‌। ଭାଲେଣ୍ଟାଇନ ସପ୍ତାହରେ ଆଜି ହେଉଛି ଚକୋଲେଟ ଡେ’। ଆଜିର ଦିନରେ ପ୍ରେମୀଯୁଗଳମାନେ ନିଜ ମନର ସାଥୀକୁ ଚକୋଲେଟ ଦେଇଥାନ୍ତି।  

ଏହି ଖାସ ଦିନ ପୂର୍ବରୁ ହିଁ ପ୍ରେମୀଯୁଗଳ ପାଳନ କରଥାନ୍ତି ପ୍ରେମ ସପ୍ତାହ। ଫେବ୍ରୁଆରି ୭ରେ ରୋଜ୍‌ ଡେ’ ଫେବ୍ରୁଆରୀ ୮ରେ ପ୍ରପୋଜ ଡେ’ ପାଳନ ପରେ ଆଜି ଚକୋଲେଡ ଡେ’ ପାଳନ କରୁଛନ୍ତି ପ୍ରେମୀଯୁଗଳ। ଚକୋଲେଟ ପାଇଁ ଦୋକାନ ବଜାରରେ ମଧ୍ୟ ଭାରି ଭିଡ଼। ଭିନ୍ନ ଷ୍ଟାଇଲ, ଭିନ୍ନ ସ୍ୱାଦର ଚକୋଲେଟ କିଣି ସାଥୀଙ୍କୁ ଖୁସି କରିବାକୁ ଲାଗିପଡ଼ିଛନ୍ତି ପ୍ରେମୀ।

ପ୍ରେମୀଯୁଗଳଙ୍କ ପାଇଁ ଏହି ଦିନଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପ୍ରପୋଜ ଡେ’ରେ ସାଥୀଙ୍କୁ ମନ କଥା କହିବା ପରେ ଚକୋଲେଟ୍‌ ଡେ’ରେ ଚକୋଲେଟ ଦେଇ ସାଥୀଙ୍କୁ ଖୁସି କରିଥାନ୍ତି ପ୍ରେମିକ ବା ପ୍ରେମିକା।

କାହିଁକି ନା ସାଥୀକୁ ମନେଇବା ପାଇଁ ହେଉ ବା ଖୁସି କରିବା ପାଇଁ ହେଉ ସମସ୍ତେ ଚକୋଲେଟ ହିଁ ଦେଇଥାନ୍ତି। କାରଣ ପ୍ରେମୀଙ୍କ ମତରେ ଚକୋଲେଟ ସମ୍ପର୍କରେ ମଧୁରତା ଆଣେ।

Comment