ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍କୁଲରେ ପିଲାମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କ ପାଇଁ ସବୁଠାରୁ ଭଲ ଖାଇବା ଉପଲବ୍ଧ କରାଇବା ପାଇଁ ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ପିଲାମାନଙ୍କୁ ମିଳୁଥିବା ଖାଇବା ଦେଖିଲେ ଆପଣଙ୍କ ଲୋମଟାଙ୍କୁରି ଉଠିବ।
କାନପୁର ଅମୋରରେ ଅଭାବନୀୟ ଘଟଣା ଘଟିଛି। ଅମୋର ଗାଁରେ ଥିବା ୟୁପି ସ୍କୁଲରେ ପିଲାଙ୍କୁ କ୍ଷୀର ବଦଳରେ ପାଣି ପିଇବାକୁ ଦିଆଯାଉଛି। ଅନ୍ୟପଟେ ଖାଦ୍ୟ ପରଷିବା ପରେ ପିଲାଙ୍କ ମଧ୍ୟରେ କୁକୁର ମଧ୍ୟ ମୁହଁ ମାରୁଥିବା ଦେଖିବାକୁ ମିଳୁଛି। ମଧ୍ୟାନ୍ନ ଭୋଜନ ମିଲ୍ ଚାଟ୍ ଅନୁସାରେ ପିଲାଙ୍କ ଖାଦ୍ୟ ସହିତ ୧୫୦ ଗ୍ରାମର କ୍ଷୀର ପ୍ରତି ପିଲାଙ୍କୁ ଦିଆଯିବାର ଆଦେଶ ଅଛି।
ସ୍କୁଲରେ ସମୁଦାୟ ୮୨ ଜଣ ପିଲା ଉପସ୍ଥିତ ରହିଥିଲେ। ଯେଉଁ ପାତ୍ରରେ କ୍ଷୀର ରଖାଯାଇଥିଲା ସେହି ପାତ୍ରରେ କ୍ଷୀର ବଦଳରେ ପାଣି ଭରି ରହିଥିବା ଦେଖିବାକୁ ମିଳିଥିଲା। ପିଲାମାନେ ଧାଡ଼ିରେ ବସି ଖାଦ୍ୟ ଖାଉଥିବା ସମୟରେ ଏକ କୁକୁର ଥାଳିରେ ମୁହଁ ମାରି ଖାଉଥିଲା।
ଏଭଳି ଅଭବାନୀୟ ଘଟଣାକୁ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱୀକାର କରିଛନ୍ତି। ଅନ୍ୟପଟେ ଏହି ଘଟଣାରେ ସତ୍ୟତା ଥିଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଷୟିକ ଶିକ୍ଷା ଅଧିକାରୀ କହିଛନ୍ତି।


















