ଓଡିଶାଲାଇଭ୍ ବ୍ୟୁରୋ

 

ମୋଷ୍ଟଓ୍ଵାଣ୍ଟେଡ ଅପରାଧୀକୁ ଗିରଫ କରିବାକୁ ଯାଇଥିବାବେଳେ ସହିଦ ହେଲେ ପୋଲିସ। କାନପୁରର ଚୌବେପୁର ଥାନା ବେକରୁ ଗାଁରେ ଘଟିଛି ଏହି ଅଘଟଣ। ଏଥିରେ ଡିଏସପି ଦେବେନ୍ଦ୍ର କୁମାର ମିଶ୍ରଙ୍କ ସମେତ ୮ ଜଣ ପୋଲିସ ଅଫିସର ସହିଦ ହୋଇଛନ୍ତି।

ଗୁରୁବାର ମୋଷ୍ଟଓ୍ଵାଣ୍ଟେଡ ଅପରାଧୀ ବିକାଶ ଦୁବେକୁ ଗିରଫ କରିବା ପାଇଁ ଚୌବେପୁର ଥାନା ପୋଲିସ ବିକରୁ ଗାଁରେ ପହଞ୍ଚିଥିଲା। କିନ୍ତୁ ସେଠାରେ ବିକାଶ ଓ ତା’ର ସହଯୋଗୀମାନେ ପୋଲିସ ଉପରେ ପାଲଟା ଗୁଳିମାଡ଼ କରିଥିଲେ। ଏଥିରେ ପୋଲିସ ଟିମର ନେତୃତ୍ଵ ନେଉଥିବା ଡେପୁଟି ଏସପି ଦେବେନ୍ଦ୍ର କୁମାର ମିଶ୍ରଙ୍କ ସମେତ ୮ ଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି।

ଏହି ଅଘଟଣ ଘଟାଇବା ପରେ ଅପରାଧୀମାନେ ପୋଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟି ଫେରାର ହୋଇଯାଇଛନ୍ତି। ଖବର ପାଇବା ପରେ ଫରେନସିକ୍ ଟିମ୍, ଏସଏସପି ଏବଂ ଆଇଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

Comment