ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ମଧ୍ୟପ୍ରଦେଶ ଉଜ୍ଜୈନର ମହାକାଳେଶ୍ୱର ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲା ବେଳେ ତାକୁ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ।

ସୂଚନା ଅନୁସାରେ ଗୁରୁବାର ସକାଳୁ ବିକାଶ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲା। ସେଠାରେ ମନ୍ଦିରର ଗାର୍ଡ ବିକାଶକୁ ଚିହ୍ନିପାରି ପୋଲିସକୁ ଖବର ଦେଇଥିଲେ। ଏହାପରେ ମୋଷ୍ଟୱାଣ୍ଟେଡକୁ ଗିରଫ କରିଥିଲା ପୋଲିସ୍।  ବିକାଶକୁ ଧରିବା ପାଇଁ ୮ଟି ରାଜ୍ୟର ପୋଲିସ ଲାଗିଥିଲେ।CGU new

ଉତ୍ତରପ୍ରଦେଶର ୮ ଜଣ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରିଥିଲା ବିକାଶ ଦୁବେ। ହତ୍ୟାକାଣ୍ଡର ୮ ଦିନ ଯାଏଁ ପୋଲିସକୁ ନାକେଦମ କରିଛି ବିକାଶ। ଏମିତିକି ବିକାଶକୁ ଯିଏ ଧରାଇଦେବେ ତାଙ୍କୁ ୫ ଲକ୍ଷ ପୁରସ୍କାର ରାଶି ଦିଆଯିବ ବୋଲି ଉତ୍ତରପ୍ରଦେଶ ପୋଲିସ ଘୋଷଣା କରିଥିଲା।

Comment