ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋଷା କୁକୁରକୁ ଅନେକ ଲୋକ ନିଜ ପରିବାର ସଦସ୍ୟ ଭଳି ସ୍ନେହ କରିଥାନ୍ତି। କୁକରୁ ମଧ୍ୟ ସେହି ୠଣ ସୁଝୁଥିବାର ଉଦାହାରଣ ଅନେକ ଥର ଦେଖିବାକୁ ମିଳେ। କିନ୍ତୁ ମାଲିକାଣୀର ମୃତ୍ୟୁ ପରେ ପୋଷା କୁକୁର ନିଜେ ଛାତରୁ ଡେଇଁ ମୃତ୍ୟୁକୁ ବରଣ କରିବା ଘଟଣା ବିରଳ।

ଏହି ଘଟଣା ଘଟିଛି କାନପୁରର ମଲିକପୁରମରେ। ମାଲିକାଣୀ ମୃତ୍ୟୁ ଦେଖି ୪ ମହଲା କୋଠାର ଡେଇଁ ପଡ଼ିଛି ତାଙ୍କ କୁକୁର। ଏଥିରେ କୁକୁର ପ୍ରାଣ ମଧ୍ୟ ଯାଇଛି।

ମଲିକପୁରମର ଜଣେ ମହିଳା ଡାକ୍ତର ଅନିତା ରାଜ ଦୀର୍ଘ ଦିନରୁ କିଡନୀ ରୋଗରେ ପୀଡ଼ିତ ଥିଲେ। ଗତ ୧ ସ୍ପତାହ ଧରି ସେ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା।

ଡାକ୍ତରଙ୍କ ପୁଅ ଝିଅ ଶବ ନେଇ ଘରୁକ ଆସିଥିଲେ। ଘରେ ମାଲିକାଣୀର ଶବ ଦେଖି କୁକୁର ଛାତ ଉପରୁ ଡେଇଁ ପଡ଼ିଥିଲା। ମାଲିକାଣୀଙ୍କର ଯେଉଁଠି ଅନ୍ତିମ ସଂସ୍କାର କରାଗଲା, ତାଙ୍କ କୁକୁର ମଧ୍ୟ ସେଇ ପାଖରେ ପୋତି ଦିଆଗଲା।

ସୂଚନା ଅନୁସାରେ ପ୍ରାୟ ୧୩ ବର୍ଷ ହେବ ଡାକ୍ତର ଅନିତା କୁକୁରକୁ ରାସ୍ତାକଡ଼ରୁ ଆଣିଥିଲେ। ସେତେବେଳେ କୁକୁର ସ୍ୱାସ୍ଥ୍ୟ ଭଲ ନଥିଲା। ଚିକିତ୍ସା ପରେ କୁକୁର ସୁସ୍ଥ ହୋଇଥିଲା। ତା’ପରଠୁ ଘରର ଜଣେ ସଦସ୍ୟ ଭଳି ସେ ରହୁଥିଲା।

Comment