ଓଡିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶ କାନପୁରରେ ୮ ଜଣ ପୋଲିସଙ୍କୁ ଗୁଳି କରି ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଧରିବା ପାଇଁ ପୋଲିସ ୨୦ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ଏଥିସହ ଶନିବାର ପୋଲିସ ବିଥୁରରେ ଥିବା ବିକାଶ ଦୁବେ ଘରକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦେଇଛି।

ଏହି ମାମଲାରେ ପଚରାଉଚରା ପାଇଁ ପୋଲିସ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଅଟକ ରଖିଛି। ବିକାଶ ଦୁବେ ନେପାଳକୁ ପଳାଇବାର ଆଶଙ୍କା ରହିଥିବାରୁ ନେପାଳ ବର୍ଡରରେ ମଧ୍ୟ ପୋଲିସ ଆଲର୍ଟରେ ରହିଛି।

ସେହିପରି ପୋଲିସ ହାତରେ ଲାଗିଥିବା ବିକାଶର ମୋବାଇଲ ଫୋନରୁ କଲ୍‌ ଡିଟେଲ ବାହାର ହୋଇଛି। ୨୪ ଘଣ୍ଟା ମଧ୍ୟରେ ବିକାଶକୁ କଲ କରିଥିବା ସମସ୍ତ ଲୋକଙ୍କୁ ପୋଲିସ ପଚରାଉଚରା କରୁଛି।

ଗୁରୁବାର ମୋଷ୍ଟଓ୍ଵାଣ୍ଟେଡ ଅପରାଧୀ ବିକାଶ ଦୁବେକୁ ଗିରଫ କରିବା ପାଇଁ ଚୌବେପୁର ଥାନା ପୋଲିସ ବିକରୁ ଗାଁରେ ପହଞ୍ଚିଥିଲା। କିନ୍ତୁ ସେଠାରେ ବିକାଶ ଓ ତା’ର ସହଯୋଗୀମାନେ ପୋଲିସ ଉପରେ ପାଲଟା ଗୁଳିମାଡ଼ କରିଥିଲେ। ଏଥିରେ ପୋଲିସ ଟିମର ନେତୃତ୍ଵ ନେଉଥିବା ଡେପୁଟି ଏସପି ଦେବେନ୍ଦ୍ର କୁମାର ମିଶ୍ରଙ୍କ ସମେତ ୮ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ।

Comment