ଓଡ଼ିଶାଲାଇଭ୍‌ ବ୍ୟୁରୋvikas dubey-1

କାନପୁରରେ ୮ ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ। ପୋଲିସ ହାତରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ଏନକାଉଣ୍ଟରରେ ନିହତ ହୋଇଛି ବିକାଶ ଦୁବେ।

୮ ଦିନର ଛକାପଞ୍ଝା ପରେ ଗତକାଲି ମଧ୍ୟପ୍ରଦେଶ ପୋଲିସ ହାତରେ ଧରାପଡ଼ିଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ମଧ୍ୟପ୍ରଦେଶର ଉଜ୍ଜୈନର ମହାକାଳେଶ୍ୱର ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲା ବେଳେ ତାକୁ ଗିରଫ କରାଯାଇଥିଲା।

ଶୁକ୍ରବାର ସକାଳୁ ମଧ୍ୟପ୍ରଦେଶରୁ ବିକାଶକୁ କାନପୁର ଅଣାଯାଉଥିଲା। କାନପୁର ଆଣିଲା ବେଳେ ରାସ୍ତାରେ ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାରୁ ସୁଯୋଗ ନେଇ ବିକାଶ ପୋଲିସଠାରୁ ବନ୍ଧୁକ ଛଡ଼ାଇ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଆତ୍ମସମର୍ପଣ କରିବାକୁ ପୋଲିସ କହିଥିଲେ ମଧ୍ୟ ବିକାଶ ଶୁଣିନଥିଲା। ଏହାପରେ ପୋଲିସ ପକ୍ଷରୁ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଛି ବିକାଶ।

LEAVE A REPLY

Please enter your comment!
Please enter your name here