ଓଡ଼ିଶାଲାଇଭ୍‌ ବ୍ୟୁରୋ

୮ ଦିନର ଛକାପଞ୍ଝା ପରେ ପୋଲିସ ହାତରେ ଧରାପଡ଼ିଛି ଗ୍ୟାଙ୍ଗଷ୍ଟର ବିକାଶ ଦୁବେ। ମଧ୍ୟପ୍ରଦେଶର ଉଜ୍ଜୈନର ମହାକାଳେଶ୍ୱର ମନ୍ଦିରକୁ ଦର୍ଶନ କରିବାକୁ ଆସିଥିଲା ବେଳେ ତାକୁ ଗିରଫ କରିଛି ମଧ୍ୟପ୍ରଦେଶ ପୋଲିସ। ଖୁବଶୀଘ୍ର ବିକାଶକୁ ଉତ୍ତରପ୍ରଦେଶ ପୋଲିସକୁ ହସ୍ତାନ୍ତର କରିବ ମଧ୍ୟପ୍ରଦେଶ ପୋଲିସ।

ଏନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି। ଶିବରାଜ ସିଂ ଚୌହାନ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି।CGU new

ସୂଚନା ଅନୁସାରେ ଗୁରୁବାର ସକାଳୁ ବିକାଶ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲା। ସେଠାରେ ମନ୍ଦିରର ଗାର୍ଡ ବିକାଶକୁ ଚିହ୍ନିପାରି ପୋଲିସକୁ ଖବର ଦେଇଥିଲେ। ବିକାଶକୁ ଚିହ୍ନି ପୋଲିସକୁ ଖବର ଦେଇଥିଲା ମନ୍ଦିରର ଗାର୍ଡ଼। ଏହାପରେ ମୋଷ୍ଟୱାଣ୍ଟେଡକୁ ଗିରଫ କରିଥିଲା ପୋଲିସ୍।

‘ମେ ବିକାଶ ହୁଁ କାନପୁର ଓ୍ୱାଲା’ ଗିରଫ ହେବା ପରେ ଗଣମାଧ୍ୟମ ସାମ୍ନାରେ ଏଭଳି ଚିତ୍କାର କରୁଥିଲା ବିକାଶ। ଯାହାର ଭିଡିଓ ଏବେ ସାମ୍ନାକୁ ଆସୁଛି।

Comment