ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କୋରୋନା ସଙ୍କଟ ମଧ୍ୟରେ ମାର୍ଚ୍ଚ ୨୩ରେ ଶପଥ ନେଇଥିଲେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଏହାପରେ ୨୫ ମାର୍ଚ୍ଚରୁ ଲକଡାଉନ କଟକଣା ଜାରି କରାଯାଇଥିଲା। ଫଳରେ ଶିବରାଜ ୫ ଜଣଙ୍କୁ ନେଇ ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ। ଶପଥର ନେବାର ୭୧ ଦିନ ପରେ ଗୁରୁବାର ଶିବରାଜଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର ହୋଇଛି। ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ  ଆନନ୍ଦୀ ବେନ ପଟେଲ ୧୧ଟା ବେଳେ ରାଜ ଭବନରେ ମୋଟ ୨୮ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା। ଏଥିସହ ସିନ୍ଧିଆଙ୍କ ସମର୍ଥକଙ୍କ ମଧ୍ୟରୁ ୯ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି।

କଂଗ୍ରେସର କମଲ ନାଥ ସରକାରଙ୍କ ଭାଙ୍ଗିଯିବା ପରେ ଯେତେବେଳେ ମାର୍ଚ୍ଚ ୨୩ ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହାର କିଛି ଦିନ ପରେ କ୍ୟାବିନେଟରେ ମାତ୍ର ୫ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା।

Comment