ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଶିବରାଜ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ନିଜର ସହଯୋଗୀଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

‘‘ମୋର କରୋନା ଲକ୍ଷଣ ଥିଲା। ଟେଷ୍ଟ ପରେ ମୁଁ କରୋନା ପଜିଟିଭ ବୋଲି ଜଣାପଡ଼ିଛି। ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାନ୍ତୁ’’, ଟୁଇଟ କରି କହିଛନ୍ତି ଶିବରାଜ।CGU new

ଶିବରାଜ୍ ଡାକ୍ତରଙ୍କ ପରାମର୍ଶ ନେଇ ସେଲ୍‌ଫ କ୍ୱାରେଣ୍ଟାଇନରେ ଅଛନ୍ତି। ରାଜବାସୀଙ୍କୁ ମଧ୍ୟ ସାବଧାନ ରହିବାକୁ ଅପିଲ କରିଛନ୍ତି। କାରଣ ଟିକିଏ ଅସାବଧାନତା କରୋନାକୁ ନିମନ୍ତ୍ରଣ କରିପାରେ ବୋଲି ସେ କହିଛନ୍ତି।

ମଧ୍ୟପ୍ରଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୪୭୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ  ୧୭ ହଜାର ୩୫୯  ଜଣ ସୁସ୍ଥ ହୋଇଥିଲା ବେଳେ ୭୮୦ ଜଣଙ୍କର ମୃତ୍ୟୁ ଘଟିଛି।

Comment