ଓଡ଼ିଶାଲାଇଭ୍ ବ୍ୟୁରୋ

bikas dubey gang end

କାନପୁର ହିଂସାର ଆଠ ଦିନ ଭିତରେ ସଫା ହୋଇଛି ବିକାଶ ଦୁବେର ଗ୍ୟାଙ୍ଗ। ଆଠ ପୋଲିସକର୍ମୀଙ୍କୁ ହତ୍ୟା କରିବା ପରେ ଫେରାର ଆସାମୀ ବିକାଶ ପୋଲିସ ହାତରେ ଧରା ପଡ଼ିଥିଲା। ହେଲେ ପୋଲିସ ହାତରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ଏନକାଉଣ୍ଟରରେ ନିହତ ହୋଇଛି ବିକାଶ ଦୁବେ।

CGU new

ଗତ ଆଠ ଦିନ ମଧ୍ୟରେ ସମୁଦାୟ ଛଅଟି ଏନକାଉଣ୍ଟର କରିଛି ପୋଲିସ୍। ଶେଷରେ ବିକାଶ ଦୁବେର ଆତଙ୍କର ଅନ୍ତ ଘଟିଛି। କାନପୁର ହିଂସାର କିଛି ସମୟ ମଧ୍ୟରେ ବିକରୁ ଗାଁ ଜଙ୍ଗଲରେ ପୋଲିସ ସହ ବିକାଶ ଗ୍ୟାଙ୍ଗ ମୁହାଁମୁହିଁ ହେବା ସମୟରେ ବିକାଶର ମାମୁଁ ପ୍ରେମ ପ୍ରକାଶ ପାଣ୍ଡେ ଓ ସାଥୀ ଅତୁଲ ଦୁବେ ପ୍ରାଣ ହରାଇଥିଲେ। ଏହି ଏନକାଉଣ୍ଟରରେ ତିନି ପୋଲିସ୍ କର୍ମୀ ମଧ୍ୟ ଆହତ ହୋଇଥିଲେ।

vikas dubey-3

ୟୁପିର ହମିରପୁରଠାରେ ୟୁପି ଏସଟିଏଫ୍ ଏବଂ ହମିରପୁର ପୋଲିସର ମିଳିତ ଉଦ୍ୟମରେ ବିକାଶର ସବୁଠାରୁ ଖାସ୍ ଲୋକ ଅମର ଦୁବେକୁ ଏନକାଉଣ୍ଟର କରାଯାଇଥିଲା। ଏଥିରେ ମୋଦହା ଇନସ୍ପେକ୍ଟର ମନୋଜ ଶୁକ୍ଲା ଏବଂ ଏସଟିଏଫ୍ ଯବାନ ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

prabhat mishra-1

ବିକାଶର ସାଥୀ ପ୍ରଭାତ ମିଶ୍ରାକୁ ଫରିଦାବାଦ ପୋଲିସ୍ ଗିରଫ କରି କାନପୁର ଆସୁଥିବା ସମୟରେ ପ୍ରଭାତ ପୋଲିସର ପିସ୍ତଲ ଛଡ଼ାଇ ଖସିବାକୁ ଚେଷ୍ଟା କରୁଥିଲା। ଏହି ସମୟରେ ପୋଲିସ ଗୁଳିରେ ଆହତ ହୋଇଥିବା ପ୍ରଭାତକୁ ହସ୍ପିଟାଲ ଅଣାଯିବା ପରେ ତାକୁ ମୃତ ଘୋଷିତ କରାଯାଇଥିଲା।

bikas dubey-3.0

ବିକାଶର ଆଉ ଏକ ସାଥୀ ପ୍ରବୀଣ ବା ବଉଓ୍ୱା ମଧ୍ୟ ପୋଲିସ୍ ଏନକାଉଣ୍ଟରରେ ପ୍ରାଣ ହରାଇଥିଲା। ନିଜ ତିନି ସାଥୀଙ୍କ ସହ ଏକ କାର ଲୁଟି ଫେରାର ହେଉଥିବା ବେଳେ ଇଟାଓ୍ୱାଠାରେ ପୋଲିସ୍ ଏନକାଉଣ୍ଟରରେ ପ୍ରାଣ ହରାଇଛି ପ୍ରବୀଣ। ତାହାର ଅନ୍ୟ ତିନୋଟି ସାଥୀ ଖସି ପଳାଇବାରେ ସଫଳ ହୋଇଛନ୍ତି। ତେବେ କାନପୁର ହିଂସାର ଆଠ ଦିନ ମଧ୍ୟରେ ବିକାଶ ଦୁବେର ଗ୍ୟାଙ୍ଗକୁ ଖଲାସ କରିବାରେ ସଫଳ ହୋଇଛି ପୋଲିସ୍।

Comment