ଓଡ଼ିଶାଲାଇଭ୍‌ ବ୍ୟୁରୋvikas dubey-1

କାନପୁରର ମୋଷ୍ଟ ଓ୍ୱାଣ୍ଟେଡ ବିକାଶ ଦୁବେ ଶୁକ୍ରବାର ସକାଳେ ପୋଲିସ ଗୁଳିରେ ଶିକାର ହୋଇ ପ୍ରାଣ ହରାଇଛି। ମଧ୍ୟପ୍ରଦେଶର ଉଜ୍ଜେନରୁ ବିକାଶକୁ ଗିରଫ କରିବା ପରେ ୟୁପି ଏସଟିଏଫ ଟିମ୍ କାନପୁରକୁ ଆଣୁଥିଲା, କିନ୍ତୁ ବାଟରେ ପୋଲିସ ଗାଡ଼ି ଓଲଟି ପଡିବାରୁ ସେ ଖସିଯିବାକୁ ଚେଷ୍ଟା କରିଥିଲା, ଫଳରେ ପୋଲିସ ଏନକାଉଣ୍ଟର କରିଥିଲା।

ବହୁ ବର୍ଷ ଧରି ଉତ୍ତରପ୍ରଦେଶରେ ନିଜର ଅପରାଧିକ ସାମ୍ରାଜ୍ୟ ଚଳାଇ ଆସୁଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ପରିବାର ମଧ୍ୟ ବହୁତ ବଡ। ବିକାଶରପରିବାରରେ ବୁଢ଼ା ବାପା, ମା’ ଭାଇଭଉଣୀ ଏବଂ ଦୁଇ ପୁଅ ଅଛନ୍ତି।

ବିକାଶର ପତ୍ନୀଙ୍କ ନାମ ରିଚା ଦୁବେ। ରିଚା ଦୁବେ ମଧ୍ୟ ସ୍ଥାନୀୟ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି। ବିକାଶଙ୍କର ଦୁଇ ପୁଅ ଆକାଶ ଏବଂ ଶାନୁ ଅଛନ୍ତି। ବଡ ପୁଅ ଆକାଶ ଆମେରିକାରେ ପଢ଼ୁଥିଲା ବେଳେ ସାନପୁଅ ଶାନୁ ବର୍ତ୍ତମାନ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛନ୍ତି। ସେ ଲକ୍ଷ୍ନୌରେ ତାଙ୍କ ମାଙ୍କ ସହ ରହୁଥିଲେ। ଗୁରୁବାର ବିକାଶ ଦୁବେର ପତ୍ନୀ ଓ ସାନପୁଅକୁ ମଧ୍ୟ ପୁଲିସ୍ ହେପାଜତକୁ ନେଇଥିଲା।

LEAVE A REPLY

Please enter your comment!
Please enter your name here