ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ମଥୁରାରେ ଏକ ମନ୍ଦିର ଭିତରେ ନମାଜ ପାଠ କରିଥିବା ଫୈଜଲ ଖାନକୁ ଗିରଫ କରିଛି ପୋଲିସ। ଏହି ମାମଲାରେ ବର୍ତ୍ତମାନ ୪ ଜଣଙ୍କ ବିରୋଧରେ ଏତଲା ଦାୟର ହୋଇଥିବାବେଳେ, ପୋଲିସ ଜଣକୁ ଗିରଫ କରିବା ସହିତ ତନାଘନା ଜାରି ରଖିଛି।

ଗତ ଅକ୍ଟୋବର ୨୯ ତାରିକରେ ମଥୁରର ନନ୍ଦ ବାବା ମନ୍ଦିରକୁ ଚାରିଜଣ ବ୍ୟକ୍ତି ଆସିଥିଲେ। ସେମାନଙ୍କ ମଧ୍ୟରେ ଦୁଇଜଣ ମୁସଲିମ୍ ସମ୍ପ୍ରଦାୟର ଥିଲେ। ସେମାନେ ନିଜକୁ ଭଗବାନ କୃଷ୍ଣଙ୍କର ବଡ଼ ଭକ୍ତ କହି ମନ୍ଦିରରେ ପଶିଥିଲେ। ଏହାପରେ ସେମାନେ ପୂଜକଙ୍କ ଭୂଆଁ ବୁଲାଇ ମନ୍ଦିର ପ୍ରାଙ୍ଗଣରେ ନମାଜ ପାଠ କରିଥିଲେ। ପରେ ସେମାନେ ଏହି ସମୟର ଫଟୋକୁ ସୋସିଆଲ୍ ମିଡିଆରେ ମଧ୍ୟ ସେଆର୍ କରିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଥିଲା।ମନ୍ଦିର ପ୍ରଶାସନ ଏନେଇ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲା। ଏହାଦ୍ୱାରା ହିନ୍ଦୁ ଭାବନା ଓ ଆସ୍ଥାକୁ ଗଭୀର ଆଘାତ ଲାଗିଥିବା ନେଇ ଏତଲାରେ କୁହାଯାଇଥିଲା। ଏହାପରେ ପୋଲିସ ଏହି ଘଟଣାର ତଦନ୍ତ କରି ଫୈଜଲ ଖାନକୁ ଦିଲ୍ଲୀରୁ ଗିରଫ କରିଛି।

ଅନ୍ୟପଟେ ଫୈଜଲ ଖାନ କିନ୍ତୁ ଏହି ଘଟଣାକୁ ମିଥ୍ୟା ବୋଲି କହିଛି। ସେ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିରରେ ନମାଜ ପାଠ କରିଥିଲା। ସେଠାରେ ବହୁତ ଲୋକ ଥିଲେ। ହେଲେ କେହି ବି ଆପତ୍ତି କରିନଥିଲେ। ଯଦି କେହି ଆପତ୍ତି କରିଥାନ୍ତେ ତେବେ ସେ ଏପରି କରିନଥାନ୍ତେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here