ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସୋସିଆଲ ମିଡିଆରେ ଧମକ ଦେବା ପ୍ରସଙ୍ଗରେ ଅଭିଯୁକ୍ତକୁ ଆଜି ରିମାଣ୍ଡରେ ନେଇଛି ଉତ୍ତରପ୍ରଦେଶ ପୋଲିସ। ସାଲେପୁର ଜେଏମଏଫସି କୋର୍ଟ ପକ୍ଷରୁ ଅଭିଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ୟୁପି ପୋଲିସକୁ ହସ୍ତାନ୍ତର କରିଥିବା ନେଇ ସୂଚନା ମିଳିଛି।

ଗତକାଲି ରାଜଦ୍ରୋହ ମାମଲାରେ ସାଲେପୁର ବ୍ଲକ କୁସୁମ୍ଵୀ ଗ୍ରାମର ରସିଦ୍ ଅହମ୍ମଦଙ୍କ ପୁଅ ସୟଦ ହସନ୍ ଅହମ୍ମଦକୁ ଗିରଫ କରିଥିଲା ୟୁପିର ବାଗପତ ପୋଲିସ। ଆଜି ତାଙ୍କୁ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଆଜି ସୟଦକୁ ଅଭିଯୁକ୍ତ ଦର୍ଶାଇବା ସହ ତାକୁ ୪ ଦିନିଆ ଟ୍ରଞ୍ଜିଟ ରିମାଣ୍ଡରେ ୟୁପି ପୋଲିସ ଜିମା ଦେଇଛନ୍ତି।

BGUପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆରଏସଏସ ଭଳି କିଛି ସଂଗଠନ ବିଷୟରେ ଫେସବୁକରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ସାଲେପୁରର ଯୁବକ ସୟଦ ହସନ୍ ଅହମ୍ମଦ।

LEAVE A REPLY

Please enter your comment!
Please enter your name here