ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ଆମେରିକାରେ ଥିବା ଏକ ଦେଶ ମେକ୍ସିକୋ, ଯାହା ଆମେରିକାରେ ପଞ୍ଚମ ଏବଂ ଦୁନିଆର ୧୪ତମ ସବୁଠାରୁ ବଡ ସ୍ୱତନ୍ତ୍ର ରାଷ୍ଟ୍ର ଅଟେ। ଏକ ସମୟ ଥିଲା ଯେତେବେଳେ ଏହି ଦେଶରେ ଗୋଟିଏ ଘଣ୍ଟା ଭିତରେ ତିନି ଜଣ ରାଷ୍ଟ୍ରପତି ହୋଇଥିଲେ। ବର୍ତ୍ତମାନ ଏହାର ରାଜଧାନୀ ମେକ୍ସିକୋ ସିଟି ମାଟିରେ ମିଶିବାକୁ ଲାଗିଲାଣି।

୧୯୧୩ ମସିହାରେ ମେକ୍ସିକୋରେ ଗୋଟିଏ ଘଣ୍ଟାରେ ତିନି ଜଣ ଅଲଗା-ଅଲଗା ରାଷ୍ଟ୍ରପତି ରହିଥିଲେ। ମେଡିରୋର ରାଷ୍ଟ୍ରପତି ପଦରୁ ହଟିବା ପରେ ଗୋଟିଏ ଘଣ୍ଟା ଭିତରେ ପ୍ରଥମେ ପେଡ୍ରୋ ଲ୍ୟାସକ୍ୟୁରେନ ଏବଂ ପରେ ହ୍ୟୁରେଟା ରାଷ୍ଟ୍ରପତି ହୋଇଥିଲେ। ପେଡ୍ରୋ ଲ୍ୟାସକ୍ୟୁରେନ ଦେଶର ୩୪ତମ ରାଷ୍ଟ୍ରପତି ହୋଇଥିଲେ, ଯାହା କେବଳ ୨୬ ମିନିଟ ପାଇଁ ହୋଇଥିଲେ। ସବୁଠାରୁ କମ୍ ସମୟ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ରହିବା କାରଣରୁ ଏହା ବିଶ୍ୱ ରେକର୍ଡରେ ସାମିଲ ହୋଇଥିଲା।

LEAVE A REPLY

Please enter your comment!
Please enter your name here