ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆଉ ମାତ୍ର ଗୋଟେ ଦିନ ପରେ ଭାଲେଣ୍ଟାଇନ୍ ଡେ। ଫେବ୍ରୁଆରି ୧୩କୁ ଯୋଡ଼ିମାନେ ସେଲିବ୍ରେଟ କରିବେ କିସ୍ ଡେ। ତେବେ ବଲିଉଡର ଫିଲ୍ମମାନଙ୍କରେ ରୋମାନ୍ସ ଓ କିସ୍ ସିନ୍ ଟ୍ରେଣ୍ଡ ବନିଥିବା ବେଳେ ଏମିତି ବି ଜଣେ ନାୟକ ଅଛନ୍ତି, ଯିଏ ଆଜି ପର୍ଯ୍ୟନ୍ତ କୌଣସି ଫିଲ୍ମରେ କିସ୍ ସିନ୍ କରିନାହାନ୍ତି। ସେ ହେଲେ ଭାଇଜାନ୍ ଓରଫ ସଲମାନ ଖାନ୍। ସେ ଫିଲ୍ମରେ ଭୁଲ୍ରେ ବି କୌଣସି ହିରୋଇନ୍ଙ୍କୁ କିସ୍ କରିନାହାନ୍ତି। ତାଙ୍କ ଫିଲ୍ମରେ ରୋମାନ୍ସ ଭରପୂର କରିଥାନ୍ତି କିନ୍ତୁ ଲିପ୍ ଲକ୍ ସିନ୍ କରିନାହାନ୍ତି। ଲମ୍ଭା ସମୟ ଧରି ସେ ଏହି ରୁଲ୍କୁ ଫଲୋ କରିଚାଲିଛନ୍ତି।

ସଲମାନ ହିରୋଇନ୍ମାନଙ୍କୁ ହଗ୍ କରନ୍ତି କିନ୍ତୁ କିସ୍ କରନ୍ତି ନାହିଁ। ଯେଉଁଠି ଶାହରୁଖ ଖାନ୍, ଅଜୟ ଦେବଗନ୍ ଏବଂ ଅମୀର ଖାନ୍ ଭଳି ବଡ଼ ଅଭିନେତାମାନେ କିସ୍ ସିନ୍ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି। ଦେଖିବାକୁ ଗଲେ ସଲମାନ୍ ଖାନ୍ ତାଙ୍କର ପ୍ରଥମ ଲିପ୍ ଲକ୍ ସିନ୍ ‘ମେନେ ପ୍ୟାର୍ କିୟା’ ଫିଲ୍ମରେ କରିଥିଲେ। କିନ୍ତୁ ଏହା ସତ୍ୟ ନଥିଲା। ଏଥିରେ ସଲମାନ ଓ ଭାଗ୍ୟଶ୍ରୀଙ୍କ ସମ୍ନାରେ ଏକ କାଚର ଗ୍ଲାସ୍ ଲଗାଗଲା। ଏହି ଭଳି ଭାବେ ଦୁହିଁଙ୍କର କିସ୍ ହୋଇଥିଲା। ଫିଲ୍ମ ହେବା ପୂର୍ବରୁ ଦୁହେଁ ଲିପ୍ ଲକ୍ ସିନ୍ କରିବାକୁ ଅରାଜି ଥିଲେ। ସଲମାନ ବି କହିଥିଲେ କି ସେ କେବେ ହିରୋଇନଙ୍କ ଓଠକୁ କିସ୍ କରିବେ ନାହିଁ।

ଫିଲ୍ମର ସଂଳାପ ପଢ଼ିବା ପରେ ସଲମାନ୍ କହିଦିଅନ୍ତି ଯେ ଫିଲ୍ମରେ କୌଣସି କିସ୍ ସିନ୍ ରହିବନି। ସଲମାନଙ୍କ କହିବା ଅନୁସାରେ ତାଙ୍କ ଫିଲ୍ମ ପରିବାର ସହ ବସି ଦେଖିଲା ଭଳି ହୁଏ।
ତେବେ ‘ଜବ୍ ତକ୍ ହୈ ଜାନ୍’ ଫିଲ୍ମରେ ଶାହରୁଖ କ୍ୟାଟ୍ରିନାଙ୍କୁ କିସ୍ କରି ନିଜର ‘ନୋ କିସ୍’ ଚ୍ୟାଲେଞ୍ଜ ଭାଙ୍ଗି ଥିଲେ। ଅନ୍ୟପକ୍ଷରେ ଅଜୟ ଦେବଗନ୍ ମଧ୍ୟ ଶିବାୟ ଫିଲ୍ମରେ କିସ୍ କରି ନିଜ ନୋ କିନ୍ ରୁଲ୍ ଭାଙ୍ଗିଥିଲେ। କିନ୍ତୁ ଅମୀର ଖାନ୍ଙ୍କ ପାଇଁ ସେମିତି କିଛି ରୁଲ୍ ନାହିଁ। ସେ ନିଜ ସ୍କ୍ରିପ୍ଟ ଅନୁସାରେ ଫିଲ୍ମ କରନ୍ତି।
















