ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କାଶ୍ମୀର ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ଯବାନ ସହିଦ ହୋଇଥିବା ଘଟଣାରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଏହି ଘଟଣାକୁ ଘୋର ବିରୋଧ କରି ଭାରତ ବଡ଼ ପଦକ୍ଷେପ ନେବାକୁ ଯାଉଛି।

“ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନକୁ ଏକଘରକିଆ କରାଯିବ”, ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏହି ସୂଚନା ଦେଇଛନ୍ତି।

ପାକିସ୍ତାନଠାରୁ ‘ମୋଷ୍ଟ ଫେଭରଡ୍‌ ନେସନ’ ମାନ୍ୟତା ପ୍ରତ୍ୟାହାର କରାଯିବ କହିଛନ୍ତି ଜେଟଲି। ସେ ଆହୁରି କହିଛନ୍ତି ପାକିସ୍ତାନକୁ ଏକଘରକିଆ ପାଇଁ ଅନ୍ତର୍ଜାତୀୟ ସମୁଦାୟ ଉପରେ ଚାପ ପକାଯିବ।

ଯେଉଁମାନେ ଘଟଣାରେ ସମ୍ପୃକ୍ତ ସେମାନଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଫେବ୍ରୁଆରି ୧୬ରେ ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗରୁ ଫେରିବା ପରେ ସର୍ବଦଳୀୟ ବୈଠକ ବସିବ ବେଲି ସୂଚନା ମିଳିଛି।

Comment