ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁକଶ୍ମୀର ପୁଲୱାମାରେ ୪୦ରୁ ଅଧିକ ଯବାନ ସହିଦ ହେବା ପରେ କଂଗ୍ରେସ ନେତା ନବଜୋତ୍‌ ସିଂ ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ ହେଉଥିବା ବିରୋଧ ପରେ ତାଙ୍କୁ ‘ଦ କପିଲ ଶର୍ମା ଶୋ’ରୁ ହଟାଇ ଦିଆଯାଇଛି।

ସୂତ୍ର ଅନୁସାରେ ନବଜୋତ ସିଂ ସିଦ୍ଧୁଙ୍କ ସ୍ଥାନରେ ଲୋକପ୍ରିୟ ଜଜ୍‌ ଅର୍ଚ୍ଚନାଙ୍କୁ ନିଆଯାଇପାରେ।
ଗୁରୁବାର ହୋଇଥିବା ଆତଙ୍କବାଦୀ ହମଲାପରେ ସିଦ୍ଧୁ ଏହି ଘଟଣାକୁ ନିନ୍ଦା କରିବା ସହ କହିଥିଲେ କି,”କିଛି ଲୋକ ଘଟାଇଥିବା ଏହି ଘଟଣା ପାଇଁ ପୂରା ପାକିସ୍ତାନକୁ ଦାୟୀ କରିବା ଠିକ୍‌ ନୁହଁ।”

ଏହି ମନ୍ତବ୍ୟ ଦେବା ପରେ ସାରାଦେଶରେ ଏହାକୁ ନେଇ ବିରୋଧ ଦେଖାଦେଇଥିଲା। ଲୋକେ ଦାବି କରିଥିଲେ କି ଦ କପିଲ ଶର୍ମା ଶୋରୁ ସିଦ୍ଧୁଙ୍କୁ ହଟାଯାଉ, ଯଦି ଏପରି ନହେବ ତେବେ ଶୋକୁ ବୟକଟ୍‌ କରାଯିବ।

LEAVE A REPLY

Please enter your comment!
Please enter your name here