ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣରେ ଭାରତ ସରକାର ଶତ୍ରୁଙ୍କୁ ବିରୋଧରେ କଡ଼ା ପଦକ୍ଷେପ ନେବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି।

ପୁଲୱାମା ଆକ୍ରମଣ ପରେ ସାରାଦେଶ କ୍ରୋଧରେ ଜର୍ଜରିତ। ଏମିତି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୁରକ୍ଷାକର୍ମୀଙ୍କୁ ପୂର୍ଣ୍ଣ ସ୍ୱାଧିନତା ଦେଇଛନ୍ତି।

ପ୍ରତିଶୋଧ ନେବାପାଇଁ ସୁରକ୍ଷାକର୍ମୀ ନିଜ ହିସାବରେ ସମୟ ଓ ସ୍ଥାନ ସ୍ଥିର କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଭଳି ଜଘନ୍ୟ କାଣ୍ତ ପାଇଁ ଶତ୍ରୁଙ୍କୁ କିପରି କଡ଼ା ଜବାବ ଦିଆଯିବ ସେଥିପାଇଁ ସରକାର ସର୍ବଦଳୀୟ ବୈଠକ ଆରମ୍ଭ କରିଛନ୍ତି।

ସଂସଦ ଭବନରେ ଏହି ବୈଠକ ଜାରି ରହିଛି। ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ବୈଠକର ଅଧ୍ୟକ୍ଷତା କରୁଛନ୍ତି। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ପ୍ରେସମିଟ କରିଥିଲେ। କଂଗ୍ରେସ ସମେତ ସମସ୍ତ ବିରୋଧୀ ସରକାର ଓ ସେନା ସହିତ ଅଛନ୍ତି କହିଥିଲେ।

ବୈଠକରେ ଗୃହ ସଚିବ, ଗୁଇନ୍ଦା ବିଭାଗ ଅଧିକାରୀ, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଫାରୁଖ ଅବଦୁଲ୍ଲା ଆଦି ସାମିଲ ଅଛନ୍ତି।

ଭାରତର ଆଗାମୀ ପଦକ୍ଷେପ କ’ଣ ହେବ ସେନେଇ ବୈଠକରେ ଆଲୋଚନା ଚାଲିଛି।

ସେପଟେ ଘଟଣାର ତଦନ୍ତ କରୁଛି ଏନଆଇଏ ଓ ଏନ୍‌ଏସ୍‌ଜି ଟିମ। ସୁରକ୍ଷା ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା ସେନେଇ ମିଳିତ ତଦନ୍ତ ଜାରି ରଖିଛି ଉଭୟ ଟିମ।

Comment