ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମାର ପିଙ୍ଗଲିନାରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଦୁଇ ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଙ୍ଗଠନର କମାଣ୍ଡର ଥିବା ସୂଚନା ମିଳିଛି।

ମାଷ୍ଟରମାଇଣ୍ଡ ଗାଜି ରସିଦ୍‌ ଓ କାମରନ୍‌ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଆତଙ୍କବାଦୀ ଛପି ରହିଥିବା ଘରକୁ ସୁରକ୍ଷାକର୍ମୀ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି।

ଫେବ୍ରୁଆରି ୧୪ରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ମଧ୍ୟ ଏହି ଆତଙ୍କବାଦୀ ସାମିଲ ଥିବା ଜଣାପଡ଼ିଛି। ରବିବାର ରାତିରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଗୁଳି ବିନିମୟରେ ୪ ଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି। ସେଠାରେ ସେନାର ସର୍ଚ୍ଚ ଅପରରେସନ ଜାରି ରହିଛି।

Comment