ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକେ ସିରିଏଲ କିଲର କଥା ଶୁଣିଥିବେ, ଯିଏକି ପୂରା ଯୋଜନାବଦ୍ଧ ଭାବେ ହତ୍ୟା କରିଥିବେ। କିନ୍ତୁ ଏମିତି ଜଣେ ସିରିଏଲ କିଲର ମହିଳା ଅଛନ୍ତି ତାଙ୍କ କାହାଣୀ ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଏହି ମହିଳା ଜଣଙ୍କ କୁଆଁରୀ ଝିଅଙ୍କୁ ମାରି ରକ୍ତରେ ଗାଧୋଇଥାନ୍ତି। ମହିଳାଙ୍କ ନାମ ହେଉଛି ଏଲିଜାବେଥ ବାଥରୀ, ଯିଏକି ସବୁଠୁ ଖତରନାକ ସିରିୟଲ କିଲର ଭାବେ ଜଣାଶୁଣା।

୧୫୮୫ ରୁ ୧୬୧୦ ମସିହା ମଧ୍ୟରେ ପ୍ରାୟ ୬୦୦ କୁଆଁରୀ ଝିଅଙ୍କୁ ହତ୍ୟା କରି ରକ୍ତରେ ଗାଧୋଇଥିଲେ ଏଲିଜାବେଥ। ନିଜର ସୌନ୍ଦର୍ଯ୍ୟକୁ ଆକର୍ଷଣୀୟ ରଖିବା ପାଇଁ ରକ୍ତରେ ଗାଧୋଉଥିଲେ। ସମସ୍ତ ହତ୍ୟା ନିଜ ମହଲରେ ହିଁ କରିଥିଲେ। ଏଲିଜାବେଥ ବାଥରୀଙ୍କ ସ୍ୱାମୀ ଜୀବିତ ଥିଲାବେଳେ ବି ସେ ବହୁ ଯୁବତୀଙ୍କୁ ହତ୍ୟା କରିଥିଲେ। କିନ୍ତୁ ଯେତେବେଳେ ୧୬୦୪ରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା ହତ୍ୟା ପରିମାଣ ବଢ଼ି ଚାଲିଥିଲା।

ଏହି ହତ୍ୟାରେ ଏଲିଜାବେଥଙ୍କ ତିନି ଚାକର ମଧ୍ୟ ସାମିଲ ଥିଲେ। ଚାକରମାନେ ଟଙ୍କା ଲୋଭ ଦେଖାଇ ନିକଟସ୍ଥ ଗାଁକୁ ଯାଇ ଗରିବଶ୍ରେଣୀର ଝିଅଙ୍କୁ ମହଲକୁ ନେଇ ଆସୁଥିଲେ। ମହଲକୁ ଆସିଯିବା ପରେ ତାକୁ ଶୀକାର କରୁଥିଲେ।

ଅତି ନିଷ୍ଠୁର ଭାବେ କୁଆଁରୀ ଯୁବତୀଙ୍କୁ ନିର୍ଯାତନା ଦେଇ ହତ୍ୟା କରୁଥିଲେ। ମାରପିଟ୍ କରିବା ସହ ହାତକୁ ବାନ୍ଧି ଜାଳି ଦେଉଥିଲେ। ପରେ ଶରୀରକୁ କାଟି ଦେଉଥିଲେ। ଶରୀରରୁ ବାହରୁଥିବା ରକ୍ତକୁ ଏକ ଟବ୍ ଭିତରେ ରଖୁଥିଲେ, ଯୋଉଥିରେ ଏଲିଜାବେଥ ଗାଧୋଉଥିଲେ।

ଘଟଣା ସାମ୍ନାକୁ ଆସିବା ପରେ ହଙ୍ଗେରୀ ରାଜା ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ଟିମ୍ ଏଲିଜାବେଥଙ୍କ ମହଲରୁ ବହୁ ଝିଅଙ୍କ କଙ୍କାଳ ଏବଂ ସୁନା ଚାନ୍ଦିର ଗହଣା ଜବତ କରିଥିଲେ। ୧୬୧୦ ମସିହାରେ ଏଲିଜାବେଥ ବାଥରୀଙ୍କୁ ଗିରଫ କରାଯାଇଥିଲା। ଏହାର ୪ ବର୍ଷ ପରେ ଅର୍ଥାତ ୧୬୧୪ ଅଗଷ୍ଟ ୨୧ରେ ଏଲିଜାବେଥଙ୍କ ମୃତ୍ୟୁ ହୋଇଥିଲା।

Comment