ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ପୁଅ ପାଇଁ ବୋହୂ ଖୋଜା ହୁଏ, ହେଲେ ପ୍ରେମିକା ଖୋଜିବା କଥା ଶୁଣିଲେ ଅଡୁଆ ଲାଗୁଥାଇପାରେ। ମାତ୍ର ଏଭଳି ଏକ ଘଟଣା ଘଟିଛି ଆମେରିକାର ମେରିଲ୍ୟାଣ୍ଡ ଟାଉନ୍ସନ୍ ବିଶ୍ୱବିଦ୍ୟାଳୟରେ।

ଜଣେ ମା’ ତାଙ୍କ ପୁଅଙ୍କର ଏକୁଟିଆ ଅବସ୍ଥାକୁ ନେଇ ଚିନ୍ତାରେ ରହୁଥିଲେ। ତେଣୁ ଏହି ସମସ୍ୟାକୁ ଦୂରେଇବା ନିମନ୍ତେ ପୁଅ ପଢୁଥିବା କଲେଜରେ ଯାଇ ପହଞ୍ଚିଥିଲେ। ସେଠାରେ ଝିଅମାନଙ୍କ ସହ କଥା ହୋଇ ତାଙ୍କ ପୁଅ ସହିତ ଡେଟ୍‌ରେ ଯିବାକୁ ପ୍ରସ୍ତାବ ଦେଇଥିଲେ। ଏପରିକି ସେ ପଚାଶରୁ ଅଧିକ ଝିଅଙ୍କୁ ଡେଟ୍‌ରେ ଯିବାକୁ ବାଧ୍ୟ ବି କରିଥିଲେ। ଏହି ଘଟଣା ସେଠାରେ ଉପସ୍ଥିତ ଯୁବତୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଏ ବିଷୟରେ ଜଣେ ଯୁବତୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ମହିଳାଙ୍କୁ ପଚାରି ବୁଝିଥିଲା। କିନ୍ତୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହିଳାଙ୍କ ବିରୋଧରେ କୌଣସି ଅଭିଯୋଗ ହୋଇନାହିଁ। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Comment