ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍‌ ପରୀକ୍ଷା। ଚଳିତଥର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ଦେବେ। ଏବର୍ଷ ୫୮ଟି ଫ୍ଲାଇଂ ସ୍କ୍ୱାଡ, ୪୪ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି। ରାଜ୍ୟର ସମସ୍ତ ନୋଡାଲ ସେଣ୍ଟରରେ ବୁଧବାର ସନ୍ଧ୍ୟାରୁ ପ୍ରଶ୍ନପତ୍ର ପହଞ୍ଚିସାରିଥିଲା।

ପରୀକ୍ଷା ୧୦ରୁ ଆରମ୍ଭ ହୋଇ ୧୨.୩୦ରେ ସରିବ। ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ୧୫ ମିନିଟ୍‌ ଅଧିକ ସମୟ ମିଳିବ। ଆଜି ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଉଛନ୍ତି ମାଟ୍ରିକ୍‌ ପରୀକ୍ଷାର୍ଥୀ। ଚଳିତବର୍ଷ ସବଜେକ୍ଟିଭ୍ ପାଇଁ ୪ଟି ଓ ଅବଜେକ୍ଟିଭ୍ ପାଇଁ ୪ଟି ଲେଖାଏଁ ସେଟ୍ ପ୍ରଶ୍ନପତ୍ର କରାଯାଇଛି। ପରୀକ୍ଷାର୍ଥୀଙ୍କୁ ଉଭୟ ସବଜେକଟିଭ୍ ଓ ଅବଜେକ୍ଟିଭ୍‌ରେ ପାସ୍ ଲାଗି ଅତିକମ୍‌ରେ ୧୫ ମାର୍କ ଲେଖାଏ ରଖିବାକୁ ପଡ଼ିବ।

ବାରମ୍ବାର ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ପାଇଁ ଚଳିତବର୍ଷ ପରୀକ୍ଷାକେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ନେଇ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

Comment