ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣ ପରେ ଦେଶର କେତେକ ସ୍ଥାନରେ କଶ୍ମିରୀ ଛାତ୍ରଙ୍କ ସହ ହେଉଥିବା ମାରପିଟ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ସାରା ଦେଶରେ କଶ୍ମିରୀ ଛାତ୍ରଙ୍କ ସୁରକ୍ଷାକୁ ନେଇ ଦାବି କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ସୁପ୍ରିମକୋର୍ଟ ଏକ ନୋଟିସ୍‌ ଜାରି କରିଛନ୍ତି। କାଶ୍ମୀରୀ ଛାତ୍ରଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଏବଂ ୧୧ ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି।

କେନ୍ଦ୍ର ସରକାରଙ୍କ ସମେତ ଏହି ୧୧ ରାଜ୍ୟ ଗୁଡ଼ିକ ହେଉଛି ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ, ବିହାର, ଜମ୍ମୁ କଶ୍ମୀର, ହରିୟାଣା, ମେଘାଳୟ, ପଶ୍ଚିମବଙ୍ଗ, ଛତିଶଗଡ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ।

ସୁପ୍ରିମ୍‌କୋର୍ଟର ଚିଫ୍‌ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ନୋଟିସ୍‌ ଜାରି କରିଛନ୍ତି। ଏହି ବାବଦରେ ସୁପ୍ରିମକୋର୍ଟ କହିଛନ୍ତି, “କଶ୍ମିରୀ ଛାତ୍ରଙ୍କ ସୁରକ୍ଷା ଦେବା ପାଇଁ ତଥା ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ଦିଲ୍ଲୀ ପୋଲିସ୍‌ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଗୃହମନ୍ତ୍ରାଳୟ ନୋଡାଲ ଅଫିସଙ୍କ ନମ୍ବର ପ୍ରଚାର କରାଯାଇଛି। କୌଣସି କଶ୍ମିରୀ ଛାତ୍ର ସମସ୍ୟାରେ ପଡ଼ିଲେ ନୋଡାଲ ଅଫିସରଙ୍କୁ ଯୋଗାଯୋଗ କରାଯାଇପାରିବେ।”

ପୁଲୱାମା ଆକ୍ରମଣ ପରେ ଦେଶର କେତେକ ସ୍ଥାନରେ କଶ୍ମିରୀ ଛାତ୍ରଙ୍କୁ ମାରପିଟ କରାଯାଇଥିବା ଖବର ସାମ୍ନାକୁ ଆସିଛି। ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ଜନହିତ ମାମଲା ଦାଖଲ କରାଯାଇଥିଲା। ଶୁକ୍ରବାର ଏନେଇ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ଅନ୍ୟପକ୍ଷରୁ ଜମ୍ମୁ କଶ୍ମୀରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି।

LEAVE A REPLY

Please enter your comment!
Please enter your name here