ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାଶ୍ଵାନଙ୍କ ଚିଠି ଲେଖିଛନ୍ତି।

ଖାଦ୍ୟ ଯୋଗାଣ ସବ୍‌ସିଡି ଅର୍ଥ ପ୍ରଦାନ ବିଳମ୍ବ ପ୍ରସଙ୍ଗରେ ନବୀନ ଚିଠି ଲେଖିଛନ୍ତି। କେନ୍ଦ୍ର ଉପରେ ୩୬୫୪.୪୧ କୋଟି ସବସିଡି ବାକି ଥିବା ଚିଠିରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ।

କେନ୍ଦ୍ର ଉପରେ ବାକି ଥିବାରୁ ଚାଷୀଙ୍କୁ ଧାନ ମୂଲ୍ୟ ଦେବାକୁ ସମସ୍ୟା ହେଉଛି ବୋଲି ଚିଠିରେ ଲେଖିଛନ୍ତି ବିଜେଡି ସୁପ୍ରିମୋ। ତୁରନ୍ତ କେନ୍ଦ୍ର ବକେୟା ସବ୍‌ସିଡି ଅର୍ଥ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ କେତେ ଶୀଘ୍ର କେନ୍ଦ୍ର ଏନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

LEAVE A REPLY

Please enter your comment!
Please enter your name here