ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭିଡ଼ ଏଡ଼ାଇବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ
  • ଆବଶ୍ୟକସ୍ଥଳେ କଣ୍ଟେନମେଣ୍ଟ ଜୋନ କରିବାକୁ ପରାମର୍ଶ
  • ନିୟମ ଖିଲାପକାରିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ 

ସାରା ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣ ରୋକିବା ପାଇଁ କୋଭିଡ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏକ ଚିଠି ମାଧ୍ୟମରେ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହସଚିବ ଅଭୟ ଭଲ୍ଲା ସୂଚିତ କରିଛନ୍ତି। ପଞ୍ଚସୂତ୍ରୀ ନିୟମ କଡ଼ାକଡ଼ି ପାଳନ କରିବାକୁ ଏହି ଚିଠିରେ ଚିଠିରେ ଉଲ୍ଲେଖ କରାଯାଇଛି। ଏହି ନିୟମ ଗୁଡ଼ିକ ହେଲା ଟିକାକରଣ, ଟେଷ୍ଟିଙ୍ଗ, କଣ୍ଟାକ୍ଟ ଟ୍ରେସିଂ, ସର୍ଭିଲାନ୍ସ ଓ ସତର୍କତା।

କୋଭିଡ ମୁକାବିଲା ପାଇଁ ଭିଡ଼କୁ ନିୟନ୍ତ୍ରଣ କରିବା ନିହାତି ଦରକାର। ତେଣୁ ଆବଶ୍ୟକ ପଡ଼ିଲେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ନିୟମ ଖିଲାପକାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ତେବେ ଓମିକ୍ରନକୁ ନେଇ ଆତଙ୍କିତ ନହେବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ସଚିବ ଅଭୟ ଭଲ୍ଲା।

ଦିଲ୍ଲୀରେ ଦିନକୁ ଦିନ ପରିସ୍ଥିତି ଅଣାୟତ ହେଉଥିବାରୁ ସୋମବାର ରାତିଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାତି ୧୧ଟାରୁ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ। କରୋନା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ମହାରାଷ୍ଟ୍ର, କର୍ଣ୍ଣାଟକ, ହରିଆଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ ଓ ଗୁଜୁରାଟରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।

Comment