ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ପିଆଜର ଦର ବୃଦ୍ଧିକୁ ନେଇ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବଳାଶ ପାସୱାନ ଟୁଇଟ୍‌ କରିଛନ୍ତି। ରାମବିଳାଶ ପାସୱାନ କହିଛନ୍ତି, “କେନ୍ଦ୍ର ପାଖରେ ଯଥେଷ୍ଟ ପରିମାଣର ପିଆଜ ଗଚ୍ଛିତ ରହିଛି। ଏପର୍ଯ୍ୟନ୍ତ ତ୍ରୀପୁରା, ହରିଆଣା ଏବଂ ତ୍ରିପୁରାକୁ ପିଆଜ ଯୋଗାଇ ଦିଆଯାଇଛି।”

“ତ୍ରିପୁରାକୁ ୧୮୫୦ ଟନ୍‌, ହରିଆଣାକୁ ୨୦୦୦ ଟନ୍‌ ଏବଂ ଆନ୍ଧ୍ରପ୍ରଦେଶକୁ ୯୬୦ ଟନ୍‌ ପିଆଜ ଯୋଗାଇ ଦିଆଯାଇଛି। କିଲୋ ପ୍ରତି ୧୫.୫୯ ଟଙ୍କାରେ ପିଆଜ ଯୋଗାଇଦିଆଯାଇଥିବା ବେଳେ ଏହା ଲୋକମାନଙ୍କ ପାଖରେ ୨୩.୯୦ ପଇସା ଭିତରେ ପହଞ୍ଚିବ” ରାମବିଳାଶ ପାସୱାନ କହିଛନ୍ତି।

ତେବେ କୌଣସି ରାଜ୍ୟରେ ପିଆଜର ଆବଶ୍ୟକତା ପଡ଼ିଲେ କେନ୍ଦ୍ର ପକ୍ଷରୁ ପର୍ଯ୍ୟାପ୍ତ ପିଆଜ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାସୱାନ କହିଛନ୍ତି।

Comment