ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ୍‌ରେ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବା ପ୍ରସଙ୍ଗରେ ଅଧିନାୟକ ବିରାଟ କୋହଲି ପ୍ରତିକ୍ରିୟା ଦେଇଛନ୍ତି।

ବିଶ୍ୱକପ୍‌ରେ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅଧିନାୟକ ବିରାଟ କୋହଲି।

“ଦେଶ ଯାହା ନିଷ୍ପତ୍ତି ନେବ ଆମେ ସମର୍ଥନ ଜଣାଇବୁ। ବିସିସିଆଇ ମଧ୍ୟ ଯାହା ନିଷ୍ପତ୍ତି ନେବ ତାକୁ ମଧ୍ୟ ସମର୍ଥନ ଜଣାଇବକୁ”, ଅଧିନାୟକ ବିରାଟ କୋହଲି ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫେବ୍ରୁଆରି ୨୪ରୁ ହେବାକୁ ଥିବା ଟି ୨୦ ସିରିଜ ପୂର୍ବରୁ ଶନିବାର ହୋଇଥିବା ଏକ ପ୍ରେସମିଟରେ ବିରାଟ କୋହଲି ଏହି ପ୍ରତିକ୍ରିୟା ଦେଇଛନ୍ତି।

ଏଥିସହ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିରାଟ କୋହଲି।

ପୁଲୱାମା ଆକ୍ରମଣ ପରେ ଭାରତର ପୂର୍ବତନ ଖେଳାଳିମାନେ ଦାବି କରିଛନ୍ତି ଯେ, ବିଶ୍ୱକପ୍‌ରେ ପାକିସ୍ତାନ ସହ ଭାରତ ମ୍ୟାଚ ନଖେଳୁ। କେତେକ ଏହାକୁ ସମର୍ଥନ କରୁଥିଲାବେଳେ ଅନ୍ୟ କେତେକ ଏହାକୁ ବିରୋଧ କରୁଛନ୍ତି। ତେବେ ଅଧିନାୟକ ବିରାଟ କୋହଲି ଦେଶ ଓ ବିସିସିଆଇ ଯାହା ନିଷ୍ପତ୍ତି ନେବ ତାକୁ ସମର୍ଥନ ଜଣାଇବେ ବୋଲି କହିଛନ୍ତି।

Comment