ଓଡ଼ିଶାଲାଇଭ୍ ବ୍ୟୁରୋ

କଦଳୀ ପତ୍ରରେ ଖାଇଲେ ମିଳେ ଏହିସବୁ ଫାଇଦା।
ଭାରତୀୟ କଦଳୀ ପତ୍ରରେ ଖାଇବାର ଏକ ପରମ୍ପରା ରହିଛି। ସାଧାରଣତଃ ଦକ୍ଷିଣ ଭାରତୀୟ ଲୋକେ କଦଳୀ ପତ୍ରରେ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତ ବୋଲି ମନେ କରନ୍ତି। ଅଧିକାଂଶ ଭାରତୀୟ ଲୋକେ ପର୍ବପର୍ବାଣୀରେ କଦଳୀ ପତ୍ରରେ ଭୋଜନ କରିଥାନ୍ତି। ତେବେ ଶରୀର ପାଇଁ କଦଳୀ ପତ୍ର ଖୁବ୍ ଭଲ ଏବଂ ହାଇଜେନିକ୍ ମଧ୍ୟ। ତେବେ ଜାଣନ୍ତୁ କଦଳୀ ପତ୍ରରେ ଖାଇବାର ଉପକାରୀତା ବିଷୟରେ…
କେମିକାଲ୍ ମୁକ୍ତ
ସାଧାରଣତଃ ବାସନ ଧୋଇବା ବେଳେ ଆମେ ସାବୁନ୍ ବା ଡିସ୍ ୱାସର ବ୍ୟବହାର କରିଥାଉ। ଏଥିରେ ପ୍ଲେଟ୍ ଧୋଇଲେ ପ୍ଲେଟ୍ରେ କେମିକାଲ ଓ ଧଳା ରଙ୍ଗର କିଛି ଲାଗିଥିବା ଭଳି ଲାଗେ। ଏଥିରେ ଖାଦ୍ୟ ଖାଇଲେ ଶରୀର ପାଇଁ କ୍ଷତି ପହଞ୍ଚିଥାଏ। ଯାହା ଅନେକ ରୋଗର କାରଣ ସାଜିଥାଏ।

ହାଇଜେନିକ୍
କଦଳୀ ପତ୍ର ସଫା କରିବାକୁ ପଡ଼େ ନାହିଁ। ଖାଇବା ପୂର୍ବରୁ କେବଳ ପତ୍ରକୁ ଧୋଇବାକୁ ପଡ଼ିଥାଏ। ଯେଉଁଥିରେ ଜୀବାଣୁ ରହିବାର ସମ୍ଭାବନା ନଥାଏ।
ଆଣ୍ଟି ଅକ୍ସିଡାଣ୍ଟ
କଦଳୀ ପତ୍ରରେ ପ୍ରାକୃତିକ ତତ୍ୱ ଭରି ରହିଛି। ଏଥିରେ ଖାଦ୍ୟ ଖାଇଲେ ଆଣ୍ଟି ଅକ୍ସିଡାଣ୍ଟ ଖାଦ୍ୟ ମାଧ୍ୟମରେ ଶରୀରକୁ ଯାଇଥାଏ।
- ଯଦି ଆପଣ ପ୍ରତ୍ୟହ କଦଳୀ ପତ୍ରରେ ଖାଦ୍ୟ ଖାଉଛନ୍ତି, ତେବେ ଆପଣଙ୍କୁ କର୍କଟ ରୋଗ ହେବାର ଆଶଙ୍କା କମ୍ ରହିଥାଏ।
- କଦଳୀ ପତ୍ରରେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଖାସ୍ ସେଥିପାଇଁ ଆଜିକାଲି ବଡ଼ ବଡ଼ ହୋଟେଲଗୁଡ଼ିକରେ ଗ୍ରାହକଙ୍କୁ କଦଳୀ ପତ୍ରରେ ଖାଦ୍ୟ ପରଶା ଯାଉଛି।


















