ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଇଲ୍ ଫଟୋ।

ଲମ୍ବା ସମୟ ଧରି ଭାରତ-ପାକିସ୍ତାନ ଯୁଦ୍ଧ ହେଲେ କିଏ କାହାକୁ ମାତ୍‌ ଦେବ? କାହା ପାଖରେ କେତେ ଅଛି ସାମରିକ ଶକ୍ତି?

ପାକିସ୍ତାନ ମାଟିରେ ଜବରଦସ୍ତ ଏୟାରଷ୍ଟ୍ରାଇକ କରିଛି ଭାରତୀୟ ବାୟୁସେନା। ଏଲ୍‌ଓସିଠାରୁ ୭୦ କିଲୋମିଟର ଦୂରକୁ ଟାର୍ଗେଟ କରି ଆତଙ୍କବାଦୀ ଆଡ୍ଡାକୁ ଛାରଖାର କରିଛନ୍ତି ଭାରତୀୟ ସେନା।

ଭାରତୀୟ ବାୟୁସେନା କରିଥିବା ଏୟାରଷ୍ଟ୍ରାଇକର ଜବାବ ଦେଇଛି ପାକିସ୍ତାନ। ଏଲ୍‌ଓସିରେ ଅଶାନ୍ତି ଲାଗି ରହିଛି। ଭାରତ-ପାକ୍‌ ଭିତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଯଦି ଲମ୍ବା ସମୟ ଧରି ଯୁଦ୍ଧ ହୁଏ ତାହାଲେ କିଏ କାହାକୁ ମାତ୍‌ ଦେବ ତାକୁ ନେଇ ଚର୍ଚ୍ଚା ଚାଲିଛି।

ଫାଇଲ୍ ଫଟୋ।

ଭାରତ-ପାକ୍‌ର ସୈନ୍ୟ ବଳ?

ଭାରତର ସୈନ୍ୟ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ହୋଇଥିବା ବେଳେ ପାକିସ୍ତାନର ସୈନ୍ୟ ସଂଖ୍ୟା ହେଉଛି ୬ ଲକ୍ଷ ୧୭ ହଜାର। ସେହିପରି ଭାରତର ରିଜର୍ଭ ସୈନ୍ୟ ସଂଖ୍ୟା ୨୧ ଲକ୍ଷ ୪୩ ହଜାର ହୋଇଥିବା ବେଳେ ପାକିସ୍ତାନର ରିଜର୍ଭ ସୈନ୍ୟ ସଂଖ୍ୟା ୫ ଲକ୍ଷ ୧୫ ହଜାର।

ଭାରତର ପ୍ରତିରକ୍ଷା ବଜେଟ ବର୍ଷକୁ ୩ ହଜାର ୮ ଶହ କୋଟି ରହିଥିବା ବେଳେ ପାକିସ୍ତାନର ପ୍ରତିରକ୍ଷା ବଜେଟ ହେଉଛି ୭ ଶହ କୋଟି।

ଫାଇଲ୍ ଫଟୋ।

କାହା ପାଖରେ କେତେ ମିଶାଇଲ୍‌?

ଭାରତ ପାଖରେ ରହିଛି ଅଗ୍ନି-୫ ଭଳି ବାଲିଷ୍ଟିକ୍ ମିସାଇଲ୍। ଏହି ମିସାଇଲ ୫ ହଜାରରୁ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

ପାକିସ୍ତାନ ପାଖରେ ରହିଛି ଶାହିନ-୩ ଭଳି ବାଲିଷ୍ଟିକ ମିସାଇଲ୍। ଏହି ମିଶାଇଲ ୨୭ ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

ଭାରତ ପାଖରେ ରହିଛି ସୁପରସୋନିକ କ୍ରୁଜ ମିଶାଇଲ୍ ବ୍ରହ୍ମୋସ୍। ଏହା ୨୯୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ସେହିପରି ପାକିସ୍ତାନ ପାଖରେ କେବଳ କ୍ରୁଜ ମିଶାଇଲ ବାବର ରହିଛି। ଏହା ୭ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।

ଫାଇଲ୍ ଫଟୋ।

ଆକାଶରେ ଯୁଦ୍ଧ ହେଲେ…

ଏବେ ଆକଶ ମାର୍ଗରେ ଚାଲିଛି ଜୋରଦାର ଲଢ଼େଇ। ଏହି ଦୃଷ୍ଟିରୁ ଭାରତ ପାଖରେ ରହିଛି ୧୯୦୫ଟି ଏୟାରକ୍ରାଫ୍ଟ। ପାକିସ୍ତାନ ପାଖରେ ୯୧୪ଟି ରହିଛି ଏୟାରକ୍ରାଫ୍ଟ। ସେହିପରି ଭାରତ ପାଖରେ ୫୮୪ଟି ଲଢ଼ୁଆ ହେଲିକପ୍ଟର ଥିବା ବେଳେ ପାକିସ୍ତାନ ପାଖରେ ରହିଛି ୩୧୩ଟି ହେଲିକପ୍ଟର।

ଭାରତ ପାଖରେ ୨୦ଟି ଆଟାକ ହେଲିକପ୍ଟର ଥିବା ବେଳେ ପାକିସ୍ତାନ ପାଖରେ ରହିଛି ୪୮ଟି ଆଟାକ୍ ହେଲିକପ୍ଟର। ଭାରତ ପାଖରେ ୭୬୧ଟି ଆଟାକ୍ ଏୟାରକ୍ରାଫ୍ଟ ଥିବା ବେଳେ ପାକିସ୍ତାନ ପାଖରେ ୩୮୭ଟି ଆଟାକ୍ ଏୟାରକ୍ରାଫ୍ଟ ରହିଛି।

ଭାରତ ପାଖରେ ୬୨୯ଟି ଫାଇଟର ଏୟାରକ୍ରାଫ୍ଟ ଥିବା ବେଳେ ପାକିସ୍ତାନ ପାଖରେ ୩୮୭ଟି ଫାଇଟର ଏୟାରକ୍ରାଫ୍ଟ ରହିଛି। ୨୬୩ଟି ପ୍ରଶିକ୍ଷଣ ଏୟାରକ୍ରାଫ୍ଟ  ରହିଥିବା ବେଳେ ପାକିସ୍ତାନ ପାଖରେ ରହିଛି ୧୭୦ଟି ପ୍ରଶିକ୍ଷଣ ଏୟାରକ୍ରାଫ୍ଟ।

ଫାଇଲ୍ ଫଟୋ।

ଯୁଦ୍ଧ ଟ୍ୟାଙ୍କରେ ବି ଭାରତ ଆଗରେ

ଭାରତ ପାଖରେ ୬ ହଜାର ୪୬୪ ଯୁଦ୍ଧ ଟ୍ୟାଙ୍କ ରହିଥିବା ବେଳେ ପାକିସ୍ତାନ ପାଖରେ ରହିଛି ୨ ହଜାର ୯୨୪ଟି ଯୁଦ୍ଧ ଟ୍ୟାଙ୍କ। ଭାରତ ପାଖରେ ରହିଛି ୬ ହଜାର ୭୦୪ଟି ଏଫ୍‌ବି ଥିବା ବେଳେ ପାକିସ୍ତାନ ପାଖରେ ୨ ହଜାର ୮୨୮ ଏଫ୍‌ବି ରହିଛି।

ଭାରତ ପାଖରେ ୨୯୦ ଏସ୍‌ପିଜି ରହିଥିବା ବେଳେ ପାକିସ୍ତାନ ପାଖରେ ରହିଛି ୪୬୫ ଏସ୍‌ପିଜି। ଦୂରକୁ ଟାର୍ଗେଟ କରିପାରୁଥିବା ଟ୍ୟାଙ୍କ ଭାରତ ପାଖରେ ୭ ହଜାର ୪୧୪ଟି ରହିଥିବା ବେଳେ ପାକିସ୍ତାନ ପାଖରେ ରହିଛି ୩ ହଜାର ୨୭୮ଟି। ଭାରତ ପାଖରେ ଅଛି ୨୯୨ ଏମ୍‌ବିଆର୍‌ଏଲ ଏବଂ ପାକିସ୍ତାନ ପାଖରେ ରହିଛି ୧୩୪ଟି।

ଯଦି ହୁଏ ଜଳପଥରେ ଯୁଦ୍ଧ…?

ଭାରତ ପାଖରେ ରହିଛି ୧୫ଟି ବୁଡ଼ା ଜାହାଜ। ପାକିସ୍ତାନ ପାଖରେ ୮ଟି ରହିଛି। ଭାରତ ପାଖରେ ୧୫ଟି ଯୁଦ୍ଧ ଜାହାଜ ଥିବା ବେଳେ ୧୦ଟି ପାକିସ୍ତାନ ପାଖରେ ରହିଛି। ଭାରତ ପାଖରେ ୯ଟି ବିଧ୍ବଂସକାରୀ ଜାହାଜ ଥିବା ବେଳେ ପାକିସ୍ତାନ ପାଖରେ କିଛି ନାହିଁ।

ଭାରତ ପାଖରେ ୨୫ଟି କୋର୍ଭାଟ ଜାହାଜ ଥିବା ବେଳେ ପାକିସ୍ତାନ ପାଖରେ ଏହା ନାହିଁ।

LEAVE A REPLY

Please enter your comment!
Please enter your name here