ଓଡ଼ିଶାଲାଇଭ୍ ବ୍ୟୁରୋ

ଅପରେସନ ସିନ୍ଦୂର ପରେ ଭାରତ ଉପରେ ଆକ୍ରମଣ କରିଛି ପାକିସ୍ତାନ। ଗୁରୁବାର ସନ୍ଧ୍ୟା ପରେ ଜମ୍ମୁ କଶ୍ମୀର, ପଞ୍ଜାବ ଓ ରାଜସ୍ଥାନର ଏକାଧିକ ଅଞ୍ଚଳରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି ପାକିସ୍ତାନୀ ସେନା। ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଏୟାର ଡିଫେନ୍ସ ସିଷ୍ଟମ ସହାୟତା ସବୁ ଡ୍ରୋନ ଓ ମିଶାଇଲକୁ ମାରି ଖସାଇ ଦିଆଯାଇଛି। ଏହାସହିତ ପାକିସ୍ତାନର ୨ଟି ଜେଏଫ୍-୧୭ ଓ ଗୋଟିଏ ଏଫ୍-୧୬ ଲଢ଼ୁଆ ବିମାନକୁ ମଧ୍ଯ ମାରିଥିବା ସୂଚନା ମିଳିଛି।

ଭାରତୀୟ ସେନା ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ପାକିସ୍ତାନର ଏହି ଆକ୍ରମଣରେ କୌଣସି ଜୀବନହାନି ହୋଇନାହିଁ। ଭାରତୀୟ ସେନା ଏସ-୪୦୦ ଓ ଅନ୍ୟ ଏୟାର ଡିଫେନ୍ସ ସିଷ୍ଟମ ବ୍ୟବହାର କରି ପାକିସ୍ତାନ ପକ୍ଷରୁ ମାଡ଼ କରାଯାଇଥିବା ମିସାଇଲ, ଡ୍ରୋନକୁ ଆକାଶ ମାର୍ଗରେ ମାରି ନଷ୍ଟ କରି ଦେଇଥିବା ସୂଚନା ମିଳିଛି।

ପାକିସ୍ତାନର ଆକ୍ରମଣ ପରେ ଭାରତ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଭାରତ ଲାହୋରରେ ଅବସ୍ଥିତ ପାକିସ୍ତାନର ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମକୁ ଧ୍ୱଂସ କରିଦେଇଛି। ଏହା ବ୍ୟତୀତ ପାକିସ୍ତାନର କରାଚି, ଇସଲାମାବାଦ, ଫୈସଲାବାଦ, ସରଗୋଧା, ମୁଲତାନ ଏବଂ ସିଆଲକୋଟରେ ମଧ୍ୟ ସେନା ପକ୍ଷରୁ ଆକ୍ରମଣ କରାଯାଇଛି।

ଭାରତର ଆକ୍ରମଣ ପରେ ପୂରା ପାକିସ୍ତାନ ଏବେ ଅନ୍ଧାରରେ। ଲାହୋର ଏବଂ ଇସଲାମାବାଦ ସମେତ ସମଗ୍ର ପାକିସ୍ତାନରେ ବ୍ଲାକଆଉଟ୍ ହୋଇଥିବା ସୂଚନା ମିଳିଛି।

Tags: #IndiaPakistanWar #OperationSindoor #AirAttack #IndianArmedForces

LEAVE A REPLY

Please enter your comment!
Please enter your name here