ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀ ଜୁଲଫିକର୍‌ ଅଲ୍ଲି ଭୁଟ୍ଟୋଙ୍କ ଝିଅ ଫତିମା ଭୁଟ୍ଟୋ ଭାରତୀୟ ପାଇଲଟଙ୍କୁ ଛାଡ଼ି ଦେବାକୁ ଦାବି କରିଛନ୍ତି।

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲଫିକର୍‌ ଅଲ୍ଲି ଭୁଟ୍ଟୋଙ୍କ ଝିଅ ଫତିମା ଭୁଟ୍ଟୋ ଇମ୍ରାନ ଖାନ୍‌ ସରକାରଙ୍କୁ ଭାରତୀୟ ବାୟୁସେନା ପାଇଲଟ୍‌ ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବେ ଛାଡ଼ି ଦେବାକୁ କହିଛନ୍ତି। ବୁଧବାର ମିଗ୍‌ ୨୧ ଦୁର୍ଘଟଣା ଗ୍ରସ୍ତ ପୂର୍ବରୁ ଅଭିନନ୍ଦନ ବାହାରି ଆସିଥିଲେ କିନ୍ତୁ ସେ ପାକିସ୍ତାନ ସୀମାନ୍ତରେ ଖସି ପଡ଼ିଥିଲେ। ଏହାପରେ ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲା।

ଏହାପରେ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ସୁରକ୍ଷିତ ଫେରାଇଦେବାକୁ ଭାରତ ଦାବି କରିଆସୁଛି।

ଜୁଲଫିକର୍‌ ଅଲ୍ଲି ଭୁଟ୍ଟୋଙ୍କ ଝିଅ ଲେଖିକା ଫତିମା ଭୁଟ୍ଟୋ ନ୍ୟୁୟର୍କ ଟାଇମ୍ସରେ ଲେଖିଛନ୍ତି, “ମୁଁ ଆଉ କିଛି ଯୁବ ପାକିସ୍ତାନୀ କହୁଛୁ ଯେ ଭାରତୀୟ ପାଇଲଟ୍‌ଙ୍କୁ ଭାରତକୁ ଛାଡ଼ି ଦିଆଯାଉ। ଶାନ୍ତି, ମଣିଷପଣିଆର ଇଜ୍ଜତ ରକ୍ଷା କରିବା ପାଇଁ ତାଙ୍କୁ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଉ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଛାହିୁଁ ନାହାନ୍ତି କି ପାକିସ୍ତାନ ଯବାନଙ୍କ କ୍ଷତି ହେଉ କି ଭାରତୀୟ ଯବାନଙ୍କର କିଛି କ୍ଷତି ହେଉ।

ତେବେ ଭାରତ ଏନେଇ ଚିନ୍ତା ପ୍ରକଟ କରିଛି। ଏବଂ ସମ୍ପୂର୍ଣ୍ଣ ଭାରତବାସୀ ଦାବି କରୁଛନ୍ତି କି ଅଭିନନ୍ଦନକୁ ଫେରାଇ ଦିଆଯାଉ।

Comment