ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୭ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ପରୀକ୍ଷା। ଯୁକ୍ତ ୨ ପରୀକ୍ଷା ପାଇଁ ନିୟମ କଡ଼ାକଡ଼ି କରିଛନ୍ତି ସରକାର। ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ଦୃଷ୍ଟିରେ ରଖି ଯୁକ୍ତ ୨ ପରୀକ୍ଷାରେ କଡ଼ା ନିୟମ କରାଯାଇଛି। ହାତଘଣ୍ଟା ଓ ମୋବାଇଲ ଆଦିକୁ ବ୍ୟାନ୍‌ କରାଯାଇଛି। ଏନେଇ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଚଳିତବର୍ଷ୧୦୯୧ଟି କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ହେବ। ୩ ଲକ୍ଷ ୬୯ ହଜାର ବିଦ୍ୟାର୍ଥୀ ପରୀକ୍ଷା ଦେବେ। ଚଳିତବର୍ଷ ପ୍ରଶ୍ନପତ୍ର ଲିକ୍‌କୁ ନଜରରେ ରଖି ଦୃଢ଼ ନିୟମ ଅବଲମ୍ବନ କରାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ମୁତୟନ କରାଯିବ। ପ୍ରତିଦିନ ଗାଡ଼ିରେ ପ୍ରଶ୍ନପତ୍ର ପଠାଯିବ। ପୋଲିସ୍‌ ଛାଉଣିରେ ପ୍ରଶ୍ନପତ୍ର ପଠାଇବାକୁ ବ୍ୟବସ୍ଥା କରାଯାଇଛି

ଗଣଶିକ୍ଷା ସୁଚିବ କହିଛନ୍ତି, “ଯୁକ୍ତ ୨ ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ସରିବ। ଯୁକ୍ତ ୨ ପରୀକ୍ଷା ପାଇଁ ୨୦୨ଟି ହବ୍‌ କରାଯାଇଛି। ପରୀକ୍ଷା କେନ୍ଦ୍ରମାନଙ୍କରେ ସିସିଟିଭି କ୍ୟାମେରା ଲାଗିବ। ବର୍ତ୍ତମାନ ସୁଦ୍ଧା ୯୩୭ କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇ ସାରିଛି।”

LEAVE A REPLY

Please enter your comment!
Please enter your name here