ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖାପାଖି ପାକିସ୍ତାନରେ ୬୦ଘଣ୍ଟା ରହିବା ପରେ ନିଜ ମାଟିକୁ ଫେରିଛନ୍ତି ଭାରତର ବୀର ଅଭିନନ୍ଦନ। ଶୁକ୍ରବାର ଦିନସାର ପୂରା ଦେଶର ନଜର ଯେମିତି ଅଟକି ଯାଇଥିଲା ୱାଘା ବର୍ଡର ପାଖରେ। କେତେବେଳେ ପାକିସ୍ତାନ ଛାଡିବ ଅଭିନନ୍ଦନଙ୍କୁ ସେହି ଉତ୍କଣ୍ଠା ସମସ୍ଥଙ୍କ ମନରେ ଥିଲେ। ସେପଟେ ପାକିସ୍ତାନ ବିଳମ୍ବ କରିଚାଲିଥିଲା। ସମୟ ପରେ ସମୟ ବଦଳୁଥିଲା। କୁହାଯାଉଥିଲା କି କାଗଜପତ୍ର ପ୍ରୋସେସ୍‌ ଚାଲିଛି ସେଥିଲାଗି ବିଳମ୍ବ ହୋଇଛି।

ରାତି ପାଖାପାଖି ୯.୧୬ରେ ଅଟାରୀ-ୱାଘା ବର୍ଡରରେ ପହଞ୍ଚିଥିଲେ ଅଭିନନ୍ଦନ। ମାତ୍ର ଅଭିନନ୍ଦନ ଭାରତରେ ପହଞ୍ଚିବାର ଠିକ୍‌ ୧୫ମିନିଟ୍‌ ପୂର୍ବରୁ ପାକିସ୍ତାନ ତରଫରୁ ଏକ ଭିଡିଓ ରିଲିଜ୍‌ କରାଯାଇଛି।

ଏହି ଭିଡିଓର ୧ମିନିଟ୍‌ ୩୨ ସେକେଣ୍ଡର ଅଛି। ଯାହାକୁ ରେକର୍ଡ କରାଯାଇଥିବା ଜଣାପଡ଼ୁଛି। ଏହି ଭିଡିଓରେ ଅନେକ କଟ୍‌ ରହିଛି। ପାଖାପାଖି ୧୫ରୁ ୧୭ଟି କଟ୍‌ ଥିବା ଏହି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି। ଯେଉଁଥିରେ ଅଭିନନ୍ଦନ ପାକ୍‌ ସେନାଅଧିକାରୀଙ୍କ ପ୍ରଶଂସା କରିଥିବା ବେଳେ ଭାରତୀୟ ଗଣମାଧ୍ୟମ ବିରୋଧ କହିଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓ ଦେଖିବା ପରେ ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନକୁ ଆସୁଛି ଯେମିତିକି ଏ ଭିଡିଓକୁ କେଉଁ ଉଦ୍ଦେଶ୍ୟରେ ରେକର୍ଡ କରାଯାଇଛି? କାହିଁକି ଭିଡିଓରେ ଏତେ କଟ୍‌ ରଖାଯାଇଛି? କାହିଁକି ପାକିସ୍ତାନ ସପକ୍ଷରେ ଓ ଭାରତ ବିପକ୍ଷରେ ଶବ୍ଦକୁ ରଖାଯାଇଛି?କିଏ ଏହି ଭିଡିଓ କରିବାକୁ ବାଧ୍ୟ କରିଥିବେ? ଏ ଭିଡିଓରେ ବାସ୍ତବତା କେତେ ଅଛି? ଏମିତି ଅନେକ କିଛି ପ୍ରଶ୍ନ। ଅନ୍ୟପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ତାନର ଚାଲାକି ଜଣାପଡ଼ିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Comment