ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱାମା ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ୧୪ ପେବ୍ରୁଆରିରୁ ମାର୍ଚ୍ଚ ପହିଲା ପର୍ଯ୍ୟନ୍ତ ଭାରତ-ପାକ୍‌ ମଧ୍ୟରେ କନ୍ଦଳ ଲାଗି ରହିଛି। ୧୪ ଫେବ୍ରୁଆରିକୁ ପୁଲୱାମା ଆକ୍ରମଣରେ ଭାରତର ୪୦ରୁ ଅଧିକ ଯବାନ ସହିଦ ହୋଇଛନ୍ତି। ଭାରତ ଏହାର ବଦଲା ପୁଲୱାମା ଆକ୍ରମଣର ଠିକ୍‌ ୧୧ ଦିନ ପରେ ହିଁ ନେଇଛନ୍ତି। ଫେବ୍ରୁଆରି ୨୭ରେ ପାକିସ୍ତାନ ପାକିସ୍ତାନ ବିମାନ ଏଫ-୧୬ ଭାରତୀୟ ସୀମା ଉଲ୍ଲଘଂନ କରିଥିଲା। ଏହାପରେ ଆକାଶ ଉପରେ ପାକିସ୍ତାନର ଏଫ୍‌-୧୬ ବିମାନକୁ ଖସାଇବାରେ ସକ୍ଷମ ହୋଇଥିଲା ଭାରତୀୟ ମିଗ୍‌-୨୧।

ମୁଜାଫରବାଦ ଆକାଶ ଉପରେ ପାକିସ୍ତାନର ଏକ ଏଫ-୧୬ ବିମାନକୁ ତଳେ ପକାଇଦେବା ପରେ ମିଗ ୨୧ ବିମାନଟି ଦୁର୍ଘଟଣାଗସ୍ତ ହେଲା। ବାଧ୍ୟ ହୋଇ ଅଭିନନ୍ଦନଙ୍କୁ ପାରାଚୁଟରେ ନିଜକୁ ଇଜେକ୍ଟ କରିବାକୁ ପଡ଼ିଲା ଓ ସେ ଯାଇ ପାକିସ୍ତାନୀ ଇଲାକାରେ ପଡ଼ିଲେ। ତା’ପରେ ସେ ପାକିସ୍ତାନ କବ୍‌ଜାରେ ପଡ଼ିଗଲେ।

ମାର୍ଚ୍ଚ ୧ରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡ଼ି ଦିଆଯାଇଥିଲା। ଏହି ଭିତ୍ତିରେ ଭାରତ-ପାକ୍‌ ମଧ୍ୟରେ ଏକ ପ୍ରକାରର ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଥିଲା। ସାରାଦେଶରେ ଭାରତ-ପାକ୍‌ ଯୁଦ୍ଧ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ଯୁଦ୍ଧର କିଛି ନିୟମ ଥାଏ। ଜେନେଭା କନ୍‌ଭେସନ୍‌ ଅନୁସାରେ ଯୁଦ୍ଧର କିଛି ନିୟମ ଥାଏ। ତେବେ ଜାଣନ୍ତୁ ଯୁଦ୍ଧ ନିୟମ ବିଷୟରେ…

  • ଅନ୍ତରାଷ୍ଟ୍ରୀୟ ମାନବିକ ନିୟମ (ଇଣ୍ଟରନ୍ୟାସନାଲ ହ୍ୟୁମାନିଟାରିଆନ୍‌ ଲ (ଆଇଏଚ୍‌ଏଲ)) ଅନୁସାରେ ସଶସ୍ତ୍ର ସଂଘର୍ଷରେ ମାନବିକତାକୁ ରକ୍ଷା କରାଯାଇଥାଏ। ଏହା କରିବା ଲାଗି ଆଇଏଚ୍‌ଏଲ ନିର୍ଣ୍ଣୟ କରିଛନ୍ତି।
  • ଯୁଦ୍ଧର ନିୟମ ସର୍ବଭୌମିକ ଅଟେ। ଜିନେଭା କନ୍‌ଭେସନ୍‌ର ନିୟମକୁ ୧୯୬ ଦେଶ ଦ୍ୱାରା ଅନୁମୋଦନ କରାଯାଇଛି। ଯୁଦ୍ଧ ଲଢ଼ିବା ବେଳେ ଆଇଏଚ୍‌ଏଲର ନିୟମର ସମ୍ମାନ କରିବାକୁ ପଡ଼ିଥାଏ।
  • ଯଦି କୌଣସି ଦେଶ ଏହି ନିୟମର ଉଲ୍ଲଘଂନ କରିବେ ତେବେ ତାଙ୍କ ବିରୁଦ୍ଧରେ ଅନ୍ତରାଷ୍ଟ୍ରୀୟ ଅଦାଲତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ।
  • ଆଇଏଚ୍‌ଏଲ୍‌ର ନିୟମ ତାଙ୍କ ଲାଗି ହୋଇଥାଏ ଯିଏ ଯୁଦ୍ଧ ଲଢ଼ନ୍ତି ନାହିଁ ବା ଲଢ଼େଇ କରିବା ସ୍ଥିତିରେ ବି ନଥାନ୍ତି। ଯୁଦ୍ଧରେ ନିୟମ ଅଛି କି କାହା ଉପରେ ଆକ୍ରମଣ କରାଯିବ ଏବଂ କାହା ଉପରେ ଆକ୍ରମଣ କରାଯିବ ନାହିଁ। ନିୟମ ଅନୁସାରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବା ଅପରାଧ।
  • ଯୁଦ୍ଧର ନିୟମ ଅନୁସାରେ ଯୁଦ୍ଧ ମଧ୍ୟରେ ଯାହାକୁ ବି ବନ୍ଦୀ କରାଯାଇଥାଏ, ତାଙ୍କ ଉପରେ କୌଣସି ପ୍ରକାର ମାନସିକ ଏବଂ ଶାରୀରିକ ଚାପ ପକାଯିବା ଉଚିତ ନୁହେଁ। ସେ ବ୍ୟକ୍ତିଙ୍କୁ ଖାଦ୍ୟ ଓ ପାଣି ଦେବା ଆବଶ୍ୟକ। ଏହାସହ ସେ ବନ୍ଦୀ ବ୍ୟକ୍ତିକୁ ତାଙ୍କ ପରିବାର ସହ କଥାବାର୍ତ୍ତା ହେବାର ଅଧିକାର ଦିଆଯାଇଥାଏ।
  • ଯୁଦ୍ଧରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା କରିବାର ନିୟମ ଅଛି। ସେ ବ୍ୟକ୍ତି ଜଣକ ଯେକୌଣସି ଦେଶର ହୋଇଥାନ୍ତୁ ନା କାହିଁକି। ତାକୁ ଚିକିତ୍ସା ମିଳିବା ମାନବିକ ଅଧିକାରରେ ଆସେ।
  • କନ୍‌ଭେନ୍‌ସନ୍‌ ଅନୁସାରେ  ଯୁଦ୍ଧରେ ବନ୍ଦୀ କରାଯାଇଥିବା ବ୍ୟକ୍ତି କେବଳ ତା’ର ନାମ, ସିରିୟଲ ନମ୍ବର ଏବଂ ପୋଜିସନ୍‌ ହିଁ କହିବ।
  • କନ୍‌ଭେନ୍‌ସନ୍‌ ଅନୁସାରେ ଯୁଦ୍ଧ ସରିବା ପରେ ବନ୍ଦୀଙ୍କୁ ଛାଡ଼ି ଦେବା ଉଚିତ।

LEAVE A REPLY

Please enter your comment!
Please enter your name here