ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ଯୁଦ୍ଧ ୧୩ ଦିନରେ ପହଞ୍ଚିଛି। ତିନି ତିନି ଥର ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନର ବାଟ ଫିଟି ପାରି ନାହିଁ। ୟୁକ୍ରେନରେ ଯେଉଁ ସହରରେ ୭୦୦ ଭାରତୀୟ ଅଛନ୍ତି ସେଠାରେ ରୁଷ ୫୦୦ କେଜିର ବୋମା ପକାଇଥିବା ସୂଚନା ମିଳିଛି।

  • ରୁଷ-ୟୁକ୍ରେନ ଯୁଦ୍ଧରେ ଛାରଖାର ହେଲାଣି ୟୁକ୍ରେନ
  • ୟୁକ୍ରେନର ସୁମି ଅଞ୍ଚଳରେ ରୁଷ ସେନାଙ୍କ ଆତଙ୍କ
  • ସୁମି ଅଞ୍ଚଳରେ ୫୦୦ କେଜିର ବୋମା ପକାଇଲା ରୁଷ, ୧୮ ଜଣଙ୍କ ମୃତ୍ୟୁ – ୟୁକ୍ରେନ
  • ଯୁଦ୍ଧ ଯୋଗୁଁ ଅନାଥ ହୋଇଥିବା ପିଲା ଚାଲିଚାଲି ୟୁକ୍ରେନ ସୀମା ଡେଉଁଛନ୍ତି
  • ୟୁକ୍ରେନ ରାଜଧାନୀ କ୍ଵିଭ ପାଇଁ ସତର୍କ ଘଣ୍ଟି, କେତେବେଳେ ହୋଇପାରେ ବଡ଼ ବିସ୍ଫୋରଣ
  • ଯୁଦ୍ଧ ରୋକିବାକୁ ରୁଷ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ପରାମର୍ଶ ଦେଲେ ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି

  • ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ମୁଁ କାହାରିକୁ ଡରେ ନାହିଁ
  • ୟୁକ୍ରେନ ମାର୍ସାଲ ଲ’ ଅନ୍ତର୍ଗତ ସୈନିକ, ପୋଲିସ, ନ୍ୟାସନାଲ ଗାର୍ଡ ଏବଂ ଅନ୍ୟ ସୈନିକ ଓ ଜରୁରୀକାଳିନ ସେବା କର୍ମଚାରୀଙ୍କୁ ମାସକୁ ଅତିରିକ୍ତ ୧ ହଜାର ଡଲାର ଦେବାକୁ ଘୋଷଣା କଲେ ୟୁକ୍ରେନ ସରକାର
  • ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମଙ୍ଗଳବାର ରାତିରେ ୟୁକେ ହାଉସ ଅଫ କମନ୍ସରେ ଅଭିଭାଷଣ ରଖିବେ
  • ରୁଷ ଉପରେ କଟକଣା ବଢ଼ିଲା
  • ରୁଷକୁ ତୈଳ ବିଶୋଧନ ଉପକରଣ ଯୋଗାଇବ ନାହିଁ ଜାପାନ
  • ରୁଷ ବୈଦେଶିକ ମନ୍ତ୍ରୀଙ୍କୁ ସାକ୍ଷାତ କରିବେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା

Tag: #Russia #Ukraine #RussiaUkraine #WarUpdate

Comment