ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଙ୍ଗଳବାର ୧୩ ଦିନରେ ପହଞ୍ଚିଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ତୃତୀୟ ପର୍ଯ୍ୟାୟ ଆଲୋଚନାରେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିଲା ନାହିଁ। ପୂର୍ବରୁ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ନେଇ ଦୁଇ ଦୁଇ ଥର ଆଲୋଚନା ହୋଇସରିଛି।

  • ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ମୁଁ କାହାରିକୁ ଡରେ ନାହିଁ
  • ୟୁକ୍ରେନ ମାର୍ସାଲ ଲ’ ଅନ୍ତର୍ଗତ ସୈନିକ, ପୋଲିସ, ନ୍ୟାସନାଲ ଗାର୍ଡ ଏବଂ ଅନ୍ୟ ସୈନିକ ଓ ଜରୁରୀକାଳିନ ସେବା କର୍ମଚାରୀଙ୍କୁ ମାସକୁ ଅତିରିକ୍ତ ୧ ହଜାର ଡଲାର ଦେବାକୁ ଘୋଷଣା କଲେ ୟୁକ୍ରେନ ସରକାର
  • ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମଙ୍ଗଳବାର ରାତିରେ ୟୁକେ ହାଉସ ଅଫ କମନ୍ସରେ ଅଭିଭାଷଣ ରଖିବେ
  • ରୁଷ ଉପରେ କଟକଣା ବଢ଼ିଲା
  • ରୁଷକୁ ତୈଳ ବିଶୋଧନ ଉପକରଣ ଯୋଗାଇବ ନାହିଁ ଜାପାନ
  • ରୁଷ ବୈଦେଶିକ ମନ୍ତ୍ରୀଙ୍କୁ ସାକ୍ଷାତ କରିବେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା

Tag: #Russia #Ukraine #War #VolodymyrZelensky

Comment