ଓଡ଼ିଶାଲାଇଭ୍ ବ୍ୟୁରୋ

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ରେକର୍ଡ ଡ୍ୟାନ୍ସ କରି ଆଇଟମ୍‌ ଗର୍ଲ ରାନୀ ପଣ୍ଡା ଏବେ ଚର୍ଚ୍ଚାରେ। ମଞ୍ଚଉପରେ ଡ୍ୟାନ୍ସ କରିବା ପରେ ସେ ମଞ୍ଚ ତଳକୁ ଆସି ଜଣେ ଦର୍ଶକଙ୍କର କାନକୁ କାମୁଡ଼ିଥିଲେ ଏହା ସହିତ ମଞ୍ଚ ଉପରେ ଡ୍ୟାନ୍ସ କରୁଥିବା ବେଳେ ନିଜ ବ୍ଲାଉଜ ଖୋଲିଥିବାର ଭିଡ଼ିଓ ଅନେକ ଭାଇରାଲ ହେବାରେ ଲାଗିଛି।

ଏହି ପ୍ରସଙ୍ଗକୁ ନେଇ ଅନେକ ଗଣମାଧ୍ୟମରେ ଅନେକ କିଛି ଚର୍ଚ୍ଚା ହୋଇଛି। ଏପରିକି ଅନେକ ଆଲୋଚନାରେ ରାନୀ ନିଜେ ଉପସ୍ଥିତ ରହିଛନ୍ତି। ନିଜ ପ୍ରତିକ୍ରିୟା ରଖିଛନ୍ତି।

ଏହାଭିତରେ ରାନୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଫେସବୁକ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଛି।

କେବଳ ଏତିକି ନୁହଁ ରାନୀ କହୁଛନ୍ତି, “କେହି ଜଣେ ମୋ ଆକାଉଣ୍ଟକୁ ହ୍ୟାକ୍‌ କରିବା ସହ, ସେଥିରେ ମୋ ମୋବାଇଲ ନମ୍ବରକୁ ଆଡ କରିଛି। କିଛି ଖରାପ କଥା ମଧ୍ୟ ଲେଖାଯାଇଛି।”

ତେବେ କେବଳ ଫେସବୁକ୍ ଆକାଉଣ୍ଟ ହ୍ୟାକ୍‌ରେ କଥା ସରିଯାଇନି ରାନୀ ଆହୁରି କହିଛନ୍ତି, “ମୋ ଆକାଉଣ୍ଟ ୩ଦିନ ହେବ ହ୍ୟାକ୍‌ ହୋଇଛି। ତାପରଠୁ ପ୍ରାୟ ୧୦ହଜାରରୁ ଅଧିକ କଲ୍‌ ଆସିସାରିଲାଣି ମୋ ପାଖକୁ। ସେମାନେଙ୍କ ମଧ୍ୟରୁ ଅନେକ ମୋତେ ରାତ୍ରୀଯାପନ ଲାଗି ଲକ୍ଷ ଲକ୍ଷ ଟଙ୍କା ଅଫର ବି କରୁଛନ୍ତି। ଏହାଛଡ଼ା ଆଉ କିଛି ଲୋକ ମୋତେ ଫୋନ କରି ହଇରାଣ କରିବାକୁ ଚେଷ୍ଟା କରୁଛନ୍ତି।”

ଏନେଇ ରାନୀ ଖୁବଶୀଘ୍ର କମିସନରେଟ ପୋଲିସ, ମହିଳା ଥାନା ଓ ସାଇବର ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ଗୋଟିଏ ପଟେ ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ଡ୍ୟାନ୍ସକୁ ନେଇ ବିବାଦ ଥମିନଥିବା ବେଳେ ରାନୀ ପଣ୍ଡାଙ୍କ ଲାଗି ଆଉ ଏକ ବିବାଦ ଆସି ପହଞ୍ଚିଛି। ଏସବୁ ଭିତରେ ବୁଦ୍ଧିଜୀବି ଓ କିଛି ଯାତ୍ରା ଦର୍ଶକଙ୍କ କହିବା କଥା ଯାତ୍ରାରେ ଏତେ ମାତ୍ରାରେ ଅଶ୍ଳୀଳତା ରହିବା ଯୋଗୁଁ ନାଟକର ସେତେଟା ଗୁରୁତ୍ୱ ରହୁନାହିଁ।

Comment