ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖଣ୍ଡଗିରି ଯାତ୍ରା ମହାକୁମ୍ଭର ଶେଷ ରାତିରେ ଏକ ପାର୍ଟିରେ ରେକର୍ଡ ଡ୍ୟାନ୍ସ ପରିବେଶଣ କରିଥିବା ଆଇଟମ ଗର୍ଲ ରାନୀ ପଣ୍ଡାଙ୍କୁ ନେଇ ଚର୍ଚ୍ଚା ଜୋର। କେବଳ ଗଣମାଧ୍ୟମରେ ନୁହଁ ବିଭିନ୍ନ ସୋସିଆଲ ମିଡିଆରେ ମଧ୍ୟରେ ସେ ଡ୍ୟାନ୍ସ କରିଥିବା ଭିଡିଓ ଭାଇରାଲ ହେବାର ଲାଗିଛି।

ସେ ମଞ୍ଚରେ ଡ୍ୟାନ୍ସ କରିବା ପରେ ତଲକୁ ଆସି ଜଣେ ଦର୍ଶକଙ୍କର କାନକୁ କାମୁଡ଼ି ଦେଇଥିଲେ ଯାହାପରେ ବିବାଦ ଆରମ୍ଭ ହୋଇଥିଲା।

ଏ ନେଇ ଓଡ଼ିଶାଲାଇଭ ପକ୍ଷରୁ ରାନୀ ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲା। ରାନୀ ତାଙ୍କ ସାକ୍ଷାତକାର ସବୁ କିଛି କହିଛନ୍ତି। ଏପରି କି ସେ ଆଲୋଚନା ମଝିରେ କାନ୍ଦିପକାଇଛନ୍ତି।

ରାନୀ ୩ବର୍ଷ ହେବ ଯାତ୍ରା ଦୁନିଆରେ ଅଭିନୟ କରୁଛନ୍ତି। ପ୍ରଥମେ ସେ ରଙ୍ଗମହଲ, ପରେ ଇଷ୍ଟର୍ଣ୍ଣ ମିଡ଼ିଆ ଆଉ ଏବେ ସେ ସଚ୍ଚିଦାନନ୍ଦମରେ ଆଇଟର୍ମ ଗର୍ଲ ଭାବେ କାମ କରୁଛନ୍ତି।

ରାନୀ କହିଛନ୍ତି “ମୁଁ ଯେତେବେଳେ କଷ୍ଟରେ ରହୁଥିଲି ଉପାସରେ ରହୁଥିଲି ସେତେବେଳେ   ମୋତେ ସାହାଯ୍ୟ କରିବାକୁ କେହି ଆସିନଥିଲେ। ତାପରେ ମୁଁ ଏହି ପେସାକୁ ଆପଣାଇଛି। ଏହା ଦ୍ୱାରା ଲୋକେ ଏଣ୍ଚରଟେନ ହେଉଛନ୍ତି। ଯେଉଁ ଦର୍ଶକ ମୋ ଡ୍ୟାନ୍ସକୁ ନେଇ ଆପତ୍ତି କିମ୍ବା ବିରୋଧ କରୁଛନ୍ତି ସେହି ଦର୍ଶକ ହିଁ ମୋତେ ଦେଖି ସିଟି ଓ ତାଳି ମାରିଥାନ୍ତି ମଞ୍ଚ ତଳେ। ମୋ ପାଇଁ ମୋ ଦର୍ଶକ ହିଁ ସବୁକିଛି” ଏହା କହିବା ବେଳେ ରାନୀ କାନ୍ଦିପକାଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, “ଉଚ୍ଚ ଶିକ୍ଷିତ ହେବା ପରେ ମୁଁ ଚାକିରି ପାଇନଥିଲି ଯେଉଁଠିକୁ ଚାକିରି ପାଇଁ ଯାଇଛି ସେଠାରେ ଲୋକେ ମୋତେ ଖରାପ ଉଦ୍ଦେଶ୍ୟରେ ଦେଖିଛନ୍ତି। ମୁଁ ସେମାନଙ୍କଠୁ ନିଜକୁ ବଡ଼ କଷ୍ଟରେ ରକ୍ଷା କରିପାରିଥିଲି।”

“ମୋ ପରିବାର ମୋତେ ଭଲ ପାଆନ୍ତି କିନ୍ତୁ କେବେ ବି ମୋତେ ସାଥ ଦେଇନାହାନ୍ତି। ଏମିତି ଦିନ ଆସିଛି ସମାଜ କି ବନ୍ଧୁ କେହି ବି ମୋତେ ସାହାଯ୍ୟ କରିନାହାନ୍ତି।”

ସେପଟେ ଖଣ୍ଡଗିରି ଯାତ୍ରା ମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରି ଚର୍ଚ୍ଚାରେ ରହିଥିବା ଆଇଟମ୍ ଗର୍ଲ ରାନୀଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ହୋଇଛି। ଏହି ଏତଲା ଦେଇଛି କଳିଙ୍ଗ ସେନା। ବଲିଉଡ ଆଇଟମ୍ ଗର୍ଲ ସନି ଲିୟୋନୀଙ୍କଠାରୁ ରାନୀ ବଳି ଯାଇଥିବା କଳିଙ୍ଗ ସେନା ପକ୍ଷରୁ ଅଭିଯୋଗ କରାଯାଇଛି।

Comment