ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ ପ୍ରାୟ ୮ ମାସ ହେବ ଯାତ୍ରା ଜଗତ ବନ୍ଦ ରହିଛିା ଫଳରେ ଯାତ୍ରା କଳାକାରଙ୍କ ରୋଜଗାର ବନ୍ଦ ହୋଇଯାଇଛିା ପୁଣି ଥରେ ରୋଜଗାର ଫେରି ପାଇବାକୁ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଯାତ୍ରା କଳାକାରା। ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ ସମେତ ବହୁ କଳାକାର ଆଜି ଭୁବନେଶ୍ୱରର ପିଏମ୍‌ଜି ଛକଠାରେ ଧାରଣାରେ ବସିଛନ୍ତିା ଶୀଘ୍ର ଯାତ୍ରା ପେଣ୍ଡାଲ ଖୋଲିବାକୁ କଳାକାର ନାରା ଦେଇଛନ୍ତିା

‘‘ଯାତ୍ରା ବନ୍ଦ ରହିଥିବାରୁ ଯାତ୍ରା କଳାକାରଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛିା କଳାକାର କାନ୍ଦୁଛିା  ରାଲିକୁ ଅନୁମତି ଦିଆଯାଇଛିା ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛିା ତେଣୁ ଯାତ୍ରାକୁ ବି ଅନୁମତି ଦିଆଯାଉ’’, କହିଛନ୍ତି ରାନୀ ପଣ୍ଡା।

ଆମେ ସରକାରଙ୍କୁ କିଛି ମାଗୁ ନାହୁଁ। ଖାଲି ଯାତ୍ରା ଲାଇନ ଖୋଲିବାକୁ କହୁଛୁା ଏହାଦ୍ୱାରା ସାରା ଓଡ଼ିଶାର କଳାକାର ଉପକୃତ ହେବେ ବୋଲି କହିଛନ୍ତି ରାନୀ ପଣ୍ଡା।

ଯାତ୍ରା କଳାକରଙ୍କ ଏହି ବିକ୍ଷୋଭରେ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ଯୋଗ ଦେଇଥିଲୋ

Comment