ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ମାସ ପାଇଁ ରାଜ୍ୟ ସରକାର ଦେଇଥିବା ଗାଇଡଲାଇନରେ ଯାତ୍ରା କଳାକାର ଓ ଯାତ୍ରା ପାର୍ଟି ମାଲିକ ଆଶ୍ୱସ୍ତ ହୋଇଛନ୍ତି। କାରଣ ଏହି ମାସ ଗାଇଡଲାଇନରେ ସରକାର ଯାତ୍ରା ମଞ୍ଚ ଖୋଲିପାରିବ ବୋଲି କହିଛନ୍ତି। ତେବେ ଏଥିପାଇଁ ସ୍ଥାନୀୟ ଅଧିକାରୀଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ଗାଇଡଲାଇନରେ କୁହାଯାଇଛି।

ଏହାସହିତ ଏଠାରେ ଦର୍ଶକ କୋଭିଡି ନିୟିମ, ଯେମିତିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବାକୁ ବାଧ୍ୟ।

କରୋନା ମହମାରୀ ଯୋଗୁଁ ଗତ ୧୦ ମାସ ହେଲା ରାଜ୍ୟରେ ଯାତ୍ରା ଜଗତ ବନ୍ନ ରହିଛି। ଫଳରେ ଯାତ୍ରା କଳାକାରଙ୍କ ରୋଜଗାର ବନ୍ଦ ହୋଇଯାଇଛିା

ପୂର୍ବରୁ ରୋଜଗାର ଫେରିପାଇବାକୁ ଯାତ୍ରା କଳାକାରମାନେ ଅନେକ ଥର ଦାବି କରିବା ସହିତ ଧାରଣାରେ ବସିଥିଲେ। ଯାତ୍ରା ପେଣ୍ଡାଲ ଖୋଲିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇଥିଲେ।

Comment