ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖଣ୍ଡଗିରି ଯାତ୍ରା ମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରି ଚର୍ଚ୍ଚାରେ ରହିଥିବା ଆଇଟମ୍ ଗର୍ଲ ରାନୀଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା। ଏହି ଏତଲା ଦେଇଛି କଳିଙ୍ଗ ସେନା।

ବଲିଉଡ ଆଇଟମ୍ ଗର୍ଲ ସନି ଲିୟୋନୀଙ୍କଠାରୁ ରାନୀ ବଳି ଯାଇଥିବା କଳିଙ୍ଗ ସେନା ପକ୍ଷରୁ ଅଭିଯୋଗ କରାଯାଇଛି।

“ଖଣ୍ଡଗିରି ଏକ ଐତିହାସିକ ଓ ଧାର୍ମିକ ପୀଠ। ଏଠାରେ ମୁନି ଋଷିମାନେ ତପସ୍ୟା କରୁଛନ୍ତି। ଏହା ଏକ ସାଧନାର ପୀଠ। ଏହି ପବିତ୍ର ସ୍ଥାନରେ ଅଶ୍ଲୀଳତାକୁ ପ୍ରଶୟ ଦିଆଯିବ ନାହିଁ। ଆଗାମୀ ଦିନରେ ଏପରି ନୃତ୍ୟ ପରିବେଷଣ ହେଲେ ପରିସ୍ଥିତି ଭୟାବହ ହେବ”, କହିଛନ୍ତି କଳିଙ୍ଗ ସେନା ମୁଖ୍ୟ ହେମନ୍ତ ରଥ।

ଗତ ଶନିବାର ଦିନ ଖଣ୍ଡଗିରି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ। ଆଇଟମ୍ ଡ୍ୟାନ୍ସର ରାନୀ ହଠାତ୍ ମଞ୍ଚ ତଳକୁ ଆସି ଜଣେ ଦର୍ଶକଙ୍କ କାନକୁ କାମୁଡ଼ି ଦେଇଥିଲେ। ଏହାକୁ ନେଇ ଚର୍ଚ୍ଚା ବଢ଼ିବା ପରେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

ଆଇଟମ୍ ଗର୍ଲ ରାନୀଙ୍କ ସମେତ ଯାତ୍ରା ପାର୍ଟି ମାଲିକଙ୍କ ଗିରଫ ଦାବି କରିଛି କଳିଙ୍ଗ ସେନା।

Comment