ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ପରୀକ୍ଷାରେ ପୁଣି ଏକ ବଡ଼ ଧରଣର ବିଭ୍ରାଟ ହୋଇଥିବା ଖବର ସାମ୍ନାକୁ ଆସିଛି। ମାଲକାନଗିରି ପଡ଼ିଆ ଏସ୍ଏସ୍ଡି ହାଇସ୍କୁଲରୁ ଗଣିତ ପରୀକ୍ଷାର ୧୦୮ ଓମାର ସିଟ୍ ଗାଏବ ହୋଇଛି।
ପରୀକ୍ଷା କେନ୍ଦ୍ରରୁ ଓଏମ୍ଆର ସିଟ ଗାଏବ ହୋଇଥିବା କଥା ସ୍ୱୀକାର କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଏନେଇ ପଡ଼ିଆ ଥାନରେ ସ୍କୁଲ କର୍ତ୍ତୃପକ୍ଷ ଏତଲା ଦେଇଛନ୍ତି। ପରୀକ୍ଷା କେନ୍ଦ୍ରରୁ ଓଏମଆରେ ସିଟ ଗାଏବ ନେଇ ପୋଲିସ ତନାଘନା ଆରମ୍ଭ କରିଛି।
ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇଛି। ମାର୍ଚ୍ଚ ୨ରେ ଛାତ୍ରଛାତ୍ରୀ ଗଣିତ ପରୀକ୍ଷା ଦେଇଥିଲେ।
ପରୀକ୍ଷା କେନ୍ଦ୍ରରୁ କିପରି ଓଏମ୍ଆର ସିଟ ଗାଏବ ହେଲା ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି।

















