ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ନଲଢ଼ିବା, ଏପରିକି ରାଜନୀତିକ ଜୀବନରୁ ସମ୍ପୂର୍ଣ୍ଣ ଓହରିଯିବା ନେଇ ଘୋଷଣା କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ବିଜେଡି ସାଂସଦ ତଥାଗତ ସତପଥୀ।

୧. ଆଜିର ବଡ଼ ଖବର। ୨୦୧୯ ନିର୍ବାଚନରେ ଲଢ଼ିବି ନାହିଁ ବୋଲି ଘୋଷଣା କଲେ ତଥାଗତ।

୨. ଦଳରେ କେହି ଜାଣି ନାହାନ୍ତି କାହାକୁ ଟିକେଟ ମିଳିବ କି ନାହିଁ। ଟିକେଟ ଦେବାର ସମ୍ପୂର୍ଣ୍ଣ ଅଧିକାର ଆମ ସଭାପତି ନବୀନ ପଟ୍ଟନାୟକଙ୍କର।

୩. ମୁଁ ସବୁବେଳେ ସତ କହି ଆସିଛି। ଆଗକୁ ସତ କହିବି। ମୁଁ ଯେତେବେଳେ ସତ କହେ କିଛି ଲୋକ ମତେ ଭୁଲ ବୁଝୁଛନ୍ତି।

୪. ରାଜନୀତିରେ କୌଣସି ପଦ ପଦବୀ ବା କ୍ଷମତା ଲୋଭ ମୋର ନାହିଁ।

୫. କାହା ଦୟାରେ ମୁଁ ରାଜନୀତି କରେନି। ମୋ ନେତା ନବୀନ ପଟ୍ଟନାୟକଙ୍କୁ ବହୁତ ସମ୍ମାନ କରେ।

୬. ଢେଙ୍କାନାଳ ଓ ଅନୁଗୁଳବାସୀଙ୍କ ନିକଟରେ ମୁଁ ଋଣୀ। ସେମାନେ ମତେ ମୋର ଯୋଗ୍ୟତାଠାରୁ ମତେ ଅଧିକ ଭଲ ପାଇବା ଦେଇଛନ୍ତି।

୭. ମୋ’ ପରିବାରରେ କେହି ଏବେ ରାଜନୀତିକୁ ଆସିବାର ସମ୍ଭାବନା ନାହିଁ।

୮. ମୋର ମୁଖ୍ୟମନ୍ତ୍ରୀ ହେବାର କେବେ ଉଦ୍ଦେଶ୍ୟ ନଥିଲା।

୯. ମୁଁ ସାମ୍ବାଦିକତା କ୍ଷେତ୍ରରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛି। ରାଜ୍ୟରେ ଏବେ ବହୁତ ସାମ୍ବାଦିକ ମୁଣ୍ଡ ବିକ୍ରି କରି ଦେଇଛନ୍ତି। କେହି ନିର୍ଭୀକତାର ସହ ଖବର ପରିବେଷଣ କରୁ ନାହାନ୍ତି।

୧୦. ଦେଶରେ ଏବେ ପରିବର୍ତ୍ତନ ଆବଶ୍ୟକ। ପୁରୁଖା ରାଜନେତାମାନେ ସବୁବେଳେ ଯୁବପିଢ଼ିଙ୍କୁ ସୁଯୋଗ ଦେବା କଥା କହୁଛନ୍ତି। କିନ୍ତୁ କେହି ସେମାନଙ୍କୁ ବାଟ ଛାଡୁ ନାହାନ୍ତି। ମୋ’ ଜାଗାରେ ଏବେ ଜଣେ ଯୁବକ ସୁଯୋଗ ପାଇଲେ ମୁଁ ଖୁସି ହେବି।

୧୧. ନିର୍ବାଚନ ନଲଢ଼ିବା ନିଷ୍ପତ୍ତି ନେଇ ମୁଁ ଖୁସି।

୧୨. ମୁଁ ଏବେ ବି ବିଜେଡିର ପ୍ରାଥମିକ ସଦସ୍ୟ ଅଛି। ମୁଁ କୌଣସି ଦଳରେ ମଧ୍ୟ ଯୋଗ ଦେବାର ନାହିଁ।

୧୩. ମୁଁ ଯେତିକି ଦିନ ରାଜନୀତିରେ ରହିଥିଲି କେବେ ମୋ ନେତା ବା ଦଳ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହିଁ। ଯାହା କହିଛି ମୋର ବ୍ୟକ୍ତିଗତ ମତ ଦେଇଛି।

୧୪. ପରିବାରବାଦ ରାଜନୀତି ଦେଶରୁ ଯିବା ଦରକାର। ଯେଉଁମାନେ ୬୦ରୁ ୬୫ ବର୍ଷ ଡେଇଁଲେଣି ସେମାନେ ରାଜନୀତିରୁ ଯିବା ଦରକାର।

୧୫. ମୁଁ ରାଜନୀତିକ ଜୀବନରୁ ଓହରି ଯାଉଛି। ତେବେ ଓଡ଼ିଶାରେ ଯାହା କାର୍ଯ୍ୟ କରିବି ସାମାଜିକ ସ୍ତରରେ କରିବି।

Comment