ଓଡ଼ିଶାଲଇଭ୍ ବ୍ୟୁରୋ

ଫେବ୍ରୁଆରି ୧୪ ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ତାନ ଉପରେ ଭାରତ ସମେତ ଅନ୍ତରାଷ୍ଟ୍ରୀୟ ସ୍ତରରେ ବି ଚାପ ବଢ଼ିବାରେ ଲାଗିଥିଲା।

ଚାପ ଅଧିକ ହେବାରୁ ପାକିସ୍ତାନ ସୋମବାର ଆତଙ୍କବାଦୀ ଓ ସେମାନଙ୍କ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ଏକ ନିୟମ ଘୋଷଣା କରିଥିଲା।

ଏହି ଘୋଷଣାର ଦ୍ୱିତୀୟ ଦିନରେ ପାକିସ୍ତାନ ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦର ମୁଖ୍ୟ କୁହାଯାଉଥିବା ମସୁଦ ଅଜହରର ଭାଇକୁ ଗିରଫ କରିଥିବା ସୂଚନା ମିଳିଛି। ଏହାସହିତ ୪୪ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି।  ଗିରଫ ହୋଇଥିବା ଆତଙ୍କାବାଦୀଙ୍କ ମଧ୍ୟରେ ମସୁଦ ଅଜହରର ଭାଇ ହମାଦ ଅଜହର ଅଛି ବୋଲି ସୂଚନା ମିଳିଛି।

Comment